Advertisment

କେଜ୍ରିୱାଲଙ୍କୁ ମିଳିଲା ଜାମିନ; କାର୍ଯ୍ୟାଳୟ ଯିବା ମନା, କରି ପାରିବେନି ଦସ୍ତଖତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍‌ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତିକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
arvind-kejriwal

arvind-kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍‌ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତୀକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ପ୍ରାୟ ୬ ମାସ ପରେ ଜେଲ୍‌ରୁ ମୁକୁଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Advertisment

ଇଡି ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଉକ୍ତ ମାମଲାରେ କେଜ୍ରିୱାଲଙ୍କୁ ପୂର୍ବରୁ ଜାମିନ ମିଳିଥିବା ବେଳେ ଏବେ ସୁପ୍ରିମକୋର୍ଟ ତାଙ୍କୁ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଏଥିନିମନ୍ତେ କିଛି ସର୍ତ୍ତ ବି ଲାଗୁ କରିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେନି କି କୌଣସି ଫାଇଲ୍‌ରେ ଦସ୍ତଖତ କରି ପାରିବେନି।  ସାର୍ବଜନୀନ ସ୍ଥାନରେ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ଦେଇ ପାରିବେନି ବୋଲି ବି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ।

Advertisment

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଇଡି ମାମଲାରେ ପୂର୍ବରୁ କେଜ୍ରିୱାଲଙ୍କୁ ଜାମିନ ମିଳିଥିବା ବେଳେ ଏବେ ସିବିଆଇ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ଭୂୟାଁ କହିଛନ୍ତି, ଇଡି ମାମଲାରେ ପୂର୍ବରୁ କେଜ୍ରିୱାଲଙ୍କୁ ଜାମିନ ମିଳିସାରିଥିବା ବେଳେ ଏବେ ସିବିଆଇ ମାମଲାରେ ତାଙ୍କୁ ଜେଲ୍‌ରେ ରଖିବା ସମ୍ପୂର୍ଣ୍ଣ ଭାବେ ଅଯଥାର୍ଥ। କାରଣ ଜାମିନ ନିୟମ ହୋଇଥିବା ବେଳେ ଜେଲ୍‌ ହେଉଛି ବ୍ୟତିକ୍ରମ। କୌଣସି ମାମଲା ପରିଚାଳନା ବେଳେ ହେଉଥିବା ଗିରଫଦାରୀ କୌଣସି ପ୍ରକାରେ ଉତ୍ପୀଡ଼ନର ରୂପ ନେବା ଉଚିତ ନୁହେଁ। ତେଣୁ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ।  ଏହାବାଦ ସେ କହିଥିଲେ,ସିବିଆଇ ସବୁବେଳେ ନିଜକୁ ଏକ ପିଞ୍ଜରାରେ ବନ୍ଦୀ ଶୁଆ ହେବା ଅପେକ୍ଷା ଖୋଲା ଆକାଶର ମୁକ୍ତ ଶୁଆ ପରି ଆଚରଣ କରିବା ଉଚିତ ।  

ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଗତ ୫ ତାରିଖରେ କେଜ୍ରିୱାଲଙ୍କ ସିବିଆଇ ଗିରଫଦାରୀ ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଉକ୍ତ ଦିନ ରାୟ ପ୍ରକାଶ ନ କରି ତାହାକୁ ସଂରକ୍ଷିତ ରଖିଥିଲେ।

କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସାଂଘବୀ ନିଜ ପକ୍ଷ ରଖି କହିଥିଲେ, ମୋ ମହକିଲଙ୍କୁ ନିୟମିତ ଜାମିନ ପ୍ରଦାନ କରାଯିବା ଉଚିତ । କାରଣ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ଏଫଆଇଆର କପିରେ ପ୍ରଥମେ ତାଙ୍କ ନାମ ଉଲ୍ଲେଖ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମକୁ ସେଥିରେ ଯୋଡ଼ା ଯାଇଥିଲା। କେବଳ ଜଣେ ସାକ୍ଷୀଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ତେଣୁ ସିବିଆଇ କେଜ୍ରିୱାଲଙ୍କୁ ଗିରଫଦାରୀ କରିବା ଘଟଣା କଦାପି ନ୍ୟାୟ ସଙ୍ଗତ ନୁହେଁ ।

ଏହାକୁ କାଉଣ୍ଟର କରି ସିବିଆଇ ଓକିଲ ସୁପ୍ରିମକୋର୍ଟରେ କହିଥିଲେ, ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ତାଙ୍କ ବିରୋଧରେ ଠୋସ୍‌ ପ୍ରମାଣ ରହିଛି। ଯାଞ୍ଚ ଆଧାରରେ କେଜ୍ରିୱାଲଙ୍କ ଗିରଫଦାରୀ ନିମନ୍ତେ ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ ନୁହେଁ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୧ ତାରିଖରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଏହାପରଠୁ ସେ ଜେଲ୍‌ରେ ଥିବା ବେଳେ ଲୋକସଭା ନିର୍ବାଚନ ପୂର୍ବରୁ ୩ ସପ୍ତାହର ଜାମିନ ପାଇଥିଲେ।

Arvind Kejriwal Supreme Court Bail Granted
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe