Advertisment

‌ସିସୋଦିଆଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଉପରାଜ୍ୟପାଳ

ମଦ ଦୁର୍ନୀତୀ ମାମଲାରେ ଗିରଫ ହେବା ପରେ ମଙ୍ଗଳବାର ମନୀଷ ସିସୋଦିଆ କ୍ୟାବିନେଟ ପଦରୁ ଇସ୍ତଫା ଦେଇଥିଲେ।

ଅଦ୍ୟତନ ହୋଇଛି
Manish Sisodia

Manish Sisodia

Advertisment

ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନା ଆପ ମନ୍ତ୍ରୀ ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ମନୀଷଙ୍କ ଇସ୍ତଫାପତ୍ରକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଦେଇଛନ୍ତି। ମଦ ଦୁର୍ନୀତୀ ମାମଲାରେ ଗିରଫ ହେବା ପରେ ମଙ୍ଗଳବାର ମନୀଷ ସିସୋଦିଆ କ୍ୟାବିନେଟ ପଦରୁ ଇସ୍ତଫା ଦେଇଥିଲେ।

Advertisment

ସେହିପରି ଦିଲ୍ଲୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଶିକ୍ଷାମନ୍ତ୍ରଣାଳୟର ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରହଣ କରିଛନ୍ତି। ପୂର୍ବରୁ ଦୁର୍ନୀତି ମାମଲାରେ ଗିରଫ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲରେ ଥିବା ବେଳେ ଏବେ ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇଛନ୍ତି। ଉଭୟଙ୍କ ଇସ୍ତଫାପତ୍ରକୁ କେଜ୍ରିୱାଲ ଗ୍ରହଣ କରିଛନ୍ତି।ଏହି ଦୁଇମନ୍ତ୍ରୀ ୧୮ଟି ବିଭାଗର ଦାୟିତ୍ୱରେ ଥିଲେ।ଗିରଫ ନେତାମାନେ କାହିଁକି ଦିଲ୍ଲୀ ସରକାରରେ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ପରେ ଆପ୍‌ର ଗିରଫ ହୋଇ ଜେଲରେ ଥିବା ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି।

ସେପଟେ ଗତକାଲି ସଂଧ୍ୟାରେ ସିସୋଦିଆଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ସୁପ୍ରିମକୋର୍ଟ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ମାମଲାରେ ଆପଣ ହାଇକୋର୍ଟକୁ ଯାଆନ୍ତୁ। ଆମର ଦ୍ୱାର ଖୋଲା ଅଛି, କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ମାମଲା ରହିଛି ଆମେ ତତ୍କାଳ ଏହାର ଶୁଣାଣି କରିବାକୁ ପ୍ରସ୍ତୁତ ନାହୁଁ।

Advertisment
Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe