Man hit daughter in law
ନିଜ ଗୋଡ଼ରେ ନିଜେ ଠିଆ ହେବି। ଚାକିରି କରିବି। ମୁଁ ବି ସ୍ୱାବଲମ୍ବି ହେବି। ସ୍ୱାମୀଙ୍କୁ ସହାୟତା କରିବି। ଏଭଳି ଭାବି ଇଣ୍ଟରଭ୍ୟୁ ଦେବାକୁ ବାହାରିଥିବା ବୋହୂ। ହେଲେ ବିଚ୍ ରାସ୍ତାରେ ବାଟ ଓଗାଲିଥିଲେ ଶ୍ୱଶୁର। କେବଳ ସେତିକି ନୁହେଁ ଇଣ୍ଟରଭ୍ୟୁକୁ ଯିବାକୁ ବୋହୂକୁ ବାରଣ କରି ଇଟାରେ ଆକ୍ରମଣ ମଧ୍ୟ କରିଥିଲେ। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉତ୍ତର ପଶ୍ଚିମ ଦିଲ୍ଲୀର ପ୍ରେମ ନଗର ଅଞ୍ଚଳ। ଏଠାକାର ୨୬ ବର୍ଷୀୟ କାଜଲ ମଙ୍ଗଳବାର ଦିନ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ବାହାରିଥିଲେ। ହେଲେ ବାଟରେ ତାଙ୍କୁ ଅଟକାଇଥିଲେ ତାଙ୍କ ଶ୍ୱଶୁର। ଇଣ୍ଟରଭ୍ୟୁକୁ ଯିବାକୁ କାଜଲଙ୍କୁ ସେ ବାରଣ କରିଥିଲେ। କିନ୍ତୁ କାଜଲ ଶୁଣିନଥିଲେ। ଏଥିରେ ରାଗି ଯାଇ ଶ୍ୱଶୁର ଇଟାରେ ତାଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ବୋହୂ ବାହାରେ କାମ କରିବାକୁ ଚାହୁଁଥିବାରୁ ରାଗରେ ଆସି ଶ୍ୱଶୁର ଏପରି କରିଥିବା ପୁଲିସ୍ ସୂଚନା ଦେଇଛି।
ସୂଚନାରୁ ପ୍ରକାଶ, କାଜଲ ବାହାରେ କାମ କରି ତାଙ୍କ ସ୍ୱାମୀଙ୍କୁ ଆର୍ଥିକ ସହାୟତା ଦେବାକୁ ଭାବି ଏକଥା ପରିବାର ଲୋକଙ୍କ ଆଗରେ କହିଥିଲେ। ମାତ୍ର ଏକଥା କାଜଲଙ୍କ ଶ୍ୱଶୁରଙ୍କୁ ପସନ୍ଦ ଆସିଲା ନାହିଁ। ସେ ରାଗରେ ଆସି କାଜଲଙ୍କୁ ମାରଧର କରିଥିଲେ। ଇଟା ଧରି ରାସ୍ତା ମଝିରେ ଶ୍ୱଶୁର କାଜଲଙ୍କୁ ଆକ୍ରମଣ କରିବାକୁ ସେ ରକ୍ତାକ୍ତ ହୋଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ସେଠାରେ ତାଙ୍କ ମୁଣ୍ଡରେ ୧୭ଟି ଷ୍ଟିଚ୍ ପଡିଛି।
ସେପଟେ ଏହି ଘଟଣାକୁ ନେଇ କାଜଲଙ୍କ ବାପା ଫରିଦାବାଦ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ପୀଡିତାଙ୍କ ବାପା ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678960233.jpg)