Advertisment

କୋଭିଡ ପୂର୍ବରୁ ହୋଇଥିଲା ଅନଲାଇନ୍‌ ଅର୍ଡର, ୪ ବର୍ଷ ପରେ ପହଞ୍ଚିଲା ପାର୍ସଲ

ନୀତିନ ଅଗ୍ରୱାଲ ଅଲି ବାବା ସ୍ୱତ୍ତାଧିକାରରେ ଥିବା AliExpressରେ ଏକ ଜିନିଷ ୨୦୧୯ ମସିହାରେ ଅର୍ଡର କରିଥିଲେ। ମାତ୍ର ଦୀର୍ଘ ୪ ବର୍ଷ ପରେ ତାଙ୍କ ନିକଟରେ ଏକ ପାର୍ସଲ ପହଞ୍ଚିଛି।

Online Order

Online Order

Advertisment

କୋଭିଡ ପୂର୍ବରୁ କରିଥିବା ଅନ୍‌ଲାଇନ୍‌ ଅର୍ଡରର ଏବେ ଡେଲିଭରି ହେଲା। ଅର୍ଥାତ ଅନଲାଇନ୍‌ରେ ଏକ ଜିନିଷ ପାଇବାକୁ ଲାଗିଗଲା ୪ ବର୍ଷ ସମୟ। ଏପରି ଏକ ଆଶ୍ଚର୍ଯ୍ୟ କରିଦେବା ପରି ଘଟଣା ନୂଆ ଦିଲ୍ଲୀରେ ଘଟିଛି। ଦିଲ୍ଲୀର ନୀତିନ ଅଗ୍ରୱାଲ ନାମକ ବ୍ୟକ୍ତି ନିଜ ସୋଶାଲ ମିଡିଆ ସାଇଟ୍‌ରେ ଏହି ଘଟଣା ବର୍ଣ୍ଣନା କରିଛନ୍ତି।

Advertisment

ନୀତିନ ଅଗ୍ରୱାଲ ଅଲି ବାବା ସ୍ୱତ୍ତାଧିକାରରେ ଥିବା AliExpressରେ ଏକ ଜିନିଷ ୨୦୧୯ ମସିହାରେ ଅର୍ଡର କରିଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ସେ  ଡେଲିଭରି ପାଇପାରି ନ ଥିଲେ। ଏହାପରେ କୋଭିଡ ଆରମ୍ଭ ହୋଇ ଯାଇଥିବା ବେଳେ ସେ ଏହାକୁ ଭୁଲି ଯାଇଥିଲେ। ମାତ୍ର ଦୀର୍ଘ ୪ ବର୍ଷ ପରେ ତାଙ୍କ ନିକଟରେ ଏକ ପାର୍ସଲ ପହଞ୍ଚିଛି। ଏହି ପାର୍ସଲ ପାଇବା ପରେ ତାଙ୍କର ପୁରୁଣା ଅର୍ଡର କଥା ମନେ ପଡ଼ିଥିବା କହିଛନ୍ତି ନୀତିନ ।

AliExpress ଅନଲାଇନ୍‌ ମାର୍କେଟ ପ୍ଲାଟଫର୍ମ ଏବେ ଭାତରରେ ବ୍ୟାନ୍‌ ହୋଇ ସାରିଛି। ମାତ୍ର ପ୍ରଥମେ ଏହା ଯୁବବର୍ଗଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇ ପାରିଥିଲ। ଏହି ସାଇଟ୍‌ରେ ମୁଖ୍ୟତଃ କମ୍‌ ଦାମରେ ଚାଇନା ପ୍ରସ୍ତୁତ ବୈଦ୍ୟୁତିକ ସାମଗ୍ରୀ କିଣିବାକୁ ସୁଯୋଗ ମିଳିଥାଏ। ଏପରିକି ଭାରତରେ ଉପଲବ୍ଧ ନ ଥିବା ଜିନିଷ ଏହି ସାଇଟ୍‌ରେ ଅଳ୍ପ ଦାମ୍‌ରେ ମିଳିଥାଏ। ମାତ୍ର ବିଭିନ୍ନ ବାଦ ବିବାଦ ପରେ ଭାରତରେ ଏବେ ଏହି ସାଇଟ୍‌କୁ ବ୍ୟାନ୍‌ କରି ଦିଆଯାଇଛି। 

Advertisment

ଏନେଇ ଏକ ଟ୍ୱିଟ ପୋଷ୍ଟ କରି ନୀତିନ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କେବେ ଆଶା ଛାଡ଼ିବା ଉଚିତ ନୁହେଁ ବୋଲି କହିଛନ୍ତି। ଅଲ୍ଲି ବାବା ଭାରତରେ ଏବେ ବ୍ୟାନ୍‌ ହୋଇ ସାରିଲାଣି। ମାତ୍ର ଏହି ସାଇଟ୍‌ ଉପରେ ବ୍ୟାନ୍‌ ଆଦେଶ ଲାଗିବା ପୂର୍ବରୁ ସେ ଏହାକୁ ଅର୍ଡର କରିଥିଲେ। ହେଲେ ସେ କ’ଣ ଅର୍ଡର କରିଥିଲେ ତାହାର ଖୁଲାସା କରି ନାହାନ୍ତି।

Delhi Online Shopping
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe