Attack
ହସଖୁସିର ସହ ଜନ୍ମ ଦିନ ପାଳନ କରିବାକୁ ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ କେଟି କାଟିଲେ। ମନ ପସନ୍ଦର ଡିସ୍ ଅର୍ଡର କରି ଖାଇଲେ। ମାତ୍ର ଇତି ମଧ୍ୟରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଆରମ୍ଭ ହୋଇଗଲା କଥା କଟାକଟି। ଆଉ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଲା ବାର୍ଥଡେ ବୟଙ୍କୁ। ନିଜ ଜନ୍ମଦିନରେ ହିଁ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଆକ୍ରମଣରେ ଆଖି ବୁଜିଲେ ଯୁବକଜଣକ ।
ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏହି ଘଟଣାରେ ପୁଲିସ୍ ରେଷ୍ଟୁରାଣ୍ଟ ମାଲିକ ଓ କର୍ମଚାରୀଙ୍କ ସମେତ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି।
ମୃତକ ଜଣକ ଯତିନ ଶର୍ମା ବୋଲଲି ଜଣାଯାଇଛି। ନିଜ ଜନ୍ମ ଦିନ ପାଳନ ନିମନ୍ତେ ଯତିନ ନିଜ ସାଙ୍ଗମାନଙ୍କ ସହ Yaaran Da Adda ନାମକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ମାତ୍ର ସେଠାରେ ସେଲିବ୍ରେଶନ ମୁଡରେ ଥିବା ଯୁବକମାନଙ୍କ ସହ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉଚ୍ଚବାଚ ହୋଇଗଲା। ଏହା ଥମିବା ପରିବର୍ତ୍ତେ କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା।
ଏହାପରେ ରେଷ୍ଟୁରାଣ୍ଟ କର୍ମଚାରୀମାନେ ଯତିନଙ୍କ ଛାତି ସମେତ ଶରୀରର ବିଭିନ୍ନ ସ୍ଥାନକୁ ଛୁରୀରେ ଆକ୍ରମଣ କଲେ। ଏହାଦେଖି ଯତିନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ତାଙ୍କ ଦୁଇ ସାଙ୍ଗ ବି ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଆକ୍ରମଣର ଶିକାର ହେଲେ। ତୁରନ୍ତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯତିନଙ୍କ ମୃତ୍ୟୁ ହୋଇଛି। ତାଙ୍କ ଦୁଇ ସାଙ୍ଗଙକ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ଏହି ଘଟଣାରେ ପୁଲିସ୍ ତୁରନ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସମେତ ଜଣଙ୍କୁ ବାନ୍ଧିଛି। କେଉଁ ପରିସ୍ଥିତିରେ ଓ କାହିଁକି ଏପରି ରକ୍ତାକ୍ତ ସଂଘର୍ଷ ଘଟିଲା, ପୁଲିସ୍ ସେମାନଙ୍କୁ ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
