Advertisment

ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ, ସୁପ୍ରିମକୋର୍ଟରେ ହେବ ଶୁଣାଣି

ଗୁରୁବାର ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Supreme Court

Supreme Court

Advertisment

ଗୁରୁବାର ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହି ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ଉପରାଜ୍ୟପାଳ ଏବଂ ଅନ୍ୟମାନେ ମେୟର ନିର୍ବାଚନକୁ ଟାଳିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ରାୟ ଆସିଛି। ଦିଲ୍ଲୀ ପୌର ପରିଷଦର ମନୋନିତ ସଦସ୍ୟ ମାନେ ଭୋଟ ନଦେବାକୁ ଆମ ଆଦମୀ ପାର୍ଟି ଆବେଦନ କରିଥିଲା। କାରଣ ସେମାନଙ୍କ ପାଖରେ ଭୋଟ ଦେବାର କ୍ଷମତା ନାହିଁ । ସୁପ୍ରମକୋର୍ଟ ମଧ୍ୟ ‌ଆଜି ସମାନ କଥା କହିଛନ୍ତି । ମନୋନିତ ସଦସ୍ୟମାନେ ଭୋଟ୍ ଦେଇପାରିବେ ନାହିଁ ବୋଲି ଆଇନରେ ଥିବା ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ଏହାର ଶୁଣାଣି ରହିଛି।

Advertisment

ଆପ ଏବଂ ବିଜେପି ମଧ୍ୟରେ ମେୟର ନିର୍ବାଚନକୁ ନେଇ ଛକା ପଞ୍ଝା ଲାଗି ରହିଛି। ଏହା ପୂର୍ବରୁ ଦିଲ୍ଲୀ ମେୟର ନିର୍ବାଚନ ୩ ଥର ବାତିଲ ହେଲାଣି। ତେବେ ବହୁ ବାଦ ବିବାଦ ପରେ ଫେବୃଆରୀ ୧୬ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ୧୬ରେ ଅଧିବେଶନ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତାବ ପଠାଇଥିଲେ। ପୂର୍ବରୁ ମେୟର ନିର୍ବାଚନ ପ୍ରବଳ ବିବାଦ କାରଣରୁ ୩ ଥର ସ୍ଥଗିତ ରହିଥିଲା। ମନୋନୀତ ସଦସ୍ୟଙ୍କୁ ନେଇ ଆପ୍‌ର କଡ଼ା ବିରୋଧ ଏବଂ ଏହି ପ୍ରସଙ୍ଗରେ ବିଜେପି କୌଣସି ସାଲିସ କରିବାକୁ ରାଜି ନହେବାରୁ ଅଚଳାବସ୍ଥା ଲାଗି ରହିଛି।

ସୂଚନା ଯୋଗ୍ୟ, ଗତ ୬ ତାରିଖରେ ଭାଜପା-ଏଏପି କାଉନସିଲର ମୁହାଁମୁହିଁ ପରିସ୍ଥିତ ପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ଭାଜପା ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ଭଳି ପରିସ୍ଥିତି ଦେଖାଦେଇଥିଲା। ଏପରିକି ସିଭିକ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍‌ ଏବଂ ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଆପ କାଉନସିଲରଙ୍କ ହାତରେ ଆଘାତ ଲାଗିବା ସହ ଶାର୍ଟ ଚିରିଯାଇଥିବା ନେଇ ଅଭିଯୋଗ ହୋଇଥିଲା।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe