Advertisment

ହଷ୍ଟେଲରୁ ମିଳିଲା ମେଡିକାଲ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବାପାମା’ଙ୍କ ଇଚ୍ଛା ଥିଲା ପୁଅ ବଡ଼ ହେଲେ ଡାକ୍ତର ହେବ । ପୁଅ ବି ବାପାମା’ଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଦିନରାତି ଏକ କରିଥିଲା।

Medical Student

Medical Student

Advertisment

ବାପାମା’ଙ୍କ ଇଚ୍ଛା ଥିଲା ପୁଅ ବଡ଼ ହେଲେ ଡାକ୍ତର ହେବ । ପୁଅ ବି ବାପାମା’ଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଦିନରାତି ଏକ କରିଥିଲା। ବହୁ କଷ୍ଟରେ ମେଡିକାଲ ଏଣ୍ଟ୍ରାନ୍ସରେ ପାସ୍‌ କରିଥିଲା। ଏହାପରେ ପୁଅ ମେଡିକାଲ କଲେଜରେ ପାଠ ପଢ଼ୁଥିଲା। ବାପାମା’ ବି ଶାନ୍ତିରେ ନିଶ୍ୱାସ ମାରିଲେ। ହେଲେ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା। ହଷ୍ଟେଲ ରୁମ୍‌ରୁ ପୁଅର ଝୁଲନ୍ତା ମୃତଦେହ ଦେଖି ବାପାମା’ଙ୍କ ପାଦ ତଳୁ ମାଟି ଖସି ଯାଇଛି।

Advertisment

ଏପରି ଏକ ଦୁଃଖଦ ଘଟଣା ରାଜଧାନୀ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ଘଟିଛି। ମୃତକ ଛାତ୍ର ୩୦ ବର୍ଷୀୟ ଅମିତ କୁମାର ।

ଅମିତ ଗତକାଲି ସନ୍ଧ୍ୟାରେ ନିଜ ହଷ୍ଟେଲ ରୁମ୍‌ରେ ଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ତାଙ୍କ ସାଙ୍ଗମାନଙ୍କର ସନ୍ଦେହ ହେବାରୁ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ଅମିତ କୁମାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା।

Advertisment

ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‌କୁ କୌଣସି ସୁଇସାଇଡ ନୋଟ୍‌ ମିଳି ନ ଥିବା ବେଳେ କିଛି ଦିନ ହେବ ଅମିତ କୁମାର ମାନସିକ ଦୁଶ୍ଚିନ୍ତାରେ ଥିବା ବେଳେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ତେବେ ନିଜ ପୁଅର ମୃତ୍ୟୁ ପରେ ଅମିତଙ୍କ ବାପାମା’ଙ୍କ ମୁଣ୍ଡରେ ପାହାଡ଼ ଛିଣ୍ଡି ପଡ଼ିଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe