Advertisment

ଦିଲ୍ଲୀରୁ ମଦ ବୋତଲ ଧରି ୟୁପି ଗଲେ ହେବ ଜେଲ୍‌

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି) ନିକଟରେ ଯାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରିଥିଲା। ମେଟ୍ରୋରେ ଯାତ୍ରା କରିବା ବେଳେ ଲୋକମାନେ ନିଜ ସହ ଦୁଇଟି ଠିପି ବନ୍ଦ ମଦ ବୋତଲ ନେଇ ପାରିବେ ବୋଲି ଏହି ସଂସ୍ଥା କହିଥିଲା।

author-image
Hemant Lenka
Metro

Metro

ଦିଲ୍ଲୀ ମେଟ୍ରୋରେ ଠିପି ବନ୍ଦ ମଦ ବୋତଲ ଧରି ଯଦି କେହି ଉତ୍ତର ପ୍ରଦେଶର ନୋଏଡାରେ ପହଞ୍ଚିବେ, ତା’ହେଲେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ଏଥିସହ ମୋଟା ଅଙ୍କର ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରେ ବୋଲି ଉତ୍ତର ପ୍ରଦେଶର ଅବକାରୀ ଅଧିକାରୀ କହିଛନ୍ତି।

Advertisment

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମଆରସି) ନିକଟରେ ଯାତ୍ରୀମାନଙ୍କ ପାଇଁ ବଡ଼ ଘୋଷଣା କରିଥିଲା। ମେଟ୍ରୋରେ ଯାତ୍ରା କରିବା ବେଳେ ଲୋକମାନେ ନିଜ ସହ ଦୁଇଟି ଠିପି ବନ୍ଦ ମଦ ବୋତଲ ନେଇ ପାରିବେ ବୋଲି ଏହି ସଂସ୍ଥା କହିଥିଲା। 

ଦିଲ୍ଲୀ ବ୍ୟତୀତ ଡିଏମଆରସିର ମେଟ୍ରୋ ରେଳ ନେଟୱର୍କ ହରିଆଣାର ଗୁରୁଗ୍ରାମ ଓ ଫରିଦାବାଦ ଏବଂ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦ ଯାଏ ରହିଛି। ତେଣୁ ଏଠାକୁ ଯାଉଥିବା ଲୋକମାନେ ଚାହିଁଲେ ମେଟ୍ରୋ ଯାତ୍ରା ବେଳେ ମଦ ବୋତଲ ନେଇ ପାରିବେ।

Advertisment

ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ଅବକାରୀ ବିଭାଗ ଲୋକଙ୍କୁ ଏହା ବିରୋଧରେ ସତର୍କ ସୂଚନା ଜାରି କରିଛି। ଉତ୍ତର ପ୍ରଦେଶ ଅବାକାରୀ ନୀତି ଅନୁଯାୟୀ, କେହି ବି ମଦ ବାହାର ରାଜ୍ୟରୁ ଆଣିପାରିବେ। ଏହା ରାଜ୍ୟ ସରକାରଙ୍କ ରାଜସ୍ୱ ଉପରେ ପ୍ରଭାବ ପକାଇବାର ଆଶଙ୍କା ଥିବାରୁ ନୀତିରେ ମଦ ଆଣିବା ଉପରେ ବ୍ୟାନ ଲାଗିଛି।

ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ନିୟମ ଅନୁସାରେ ଦିଲ୍ଲୀ କିମ୍ବା ହରିଆଣାରୁ କେବଳ ଗୋଟିଏ ଠିପି ଖୋଲା ମଦ ବୋତଲ ଜଣେ ବ୍ୟକ୍ତି ରାଜ୍ୟକୁ ଆଣିପାରିବେ। ଦିଲ୍ଲୀ ମେଟ୍ରୋରେ ଦୁଇଟି ମଦ ଆଣିବାକୁ ଅନୁମତି ଦିଆଯାଇଥିଲେ ହେଁ ଉତ୍ତର ପ୍ରଦେଶରେ ପୂର୍ବ ନିୟମ ବଳବତ୍ତର ରହିଛି।

ଦିଲ୍ଲୀ ଅନୁସାରେ ଏଠାରେ କୌଣସି ପରିବର୍ତ୍ତନ ହୋଇନି। ତେଣୁ ରାଜ୍ୟ ବାହାରୁ ମଦ ଆଣୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ମେଟ୍ରୋ ଷ୍ଟେସନ ଗୁଡ଼ିକ ଉପରେ ଅବକାରୀ ବିଭାଗର ନଜର ରହିଛି। ଯାତ୍ରୀମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଉତ୍ତର ପ୍ରଦେଶ ତୁଳନାରେ ଦିଲ୍ଲୀ ଓ ହରିଆଣାରେ ମଦର ଦାମ ଶସ୍ତା। ତେଣୁ ପୂର୍ବରୁ ସଡ଼କ ପଥରେ ଦିଲ୍ଲୀରୁ ନୋଏଡାକୁ ମଦ ଆସୁଥିଲା। ଏହା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକଙ୍କୁ ଗିରଫ ମଧ୍ୟ କରିଛନ୍ତି।

Delhi Mrp On Liquor Metro Rail