Advertisment

ନିର୍ବାଚନ ପୂର୍ବରୁ କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ଦଳ ଛାଡ଼ିଲେ କୈଳାଶ ଗେହଲଟ୍‌

ଆସନ୍ତା ବର୍ଷ ଫେବ୍ରୁଆରୀରେ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ କୈଳାଶ ଗେହଲଟଙ୍କ ଇସ୍ତଫା ଦଳ ପାଇଁ ମହଙ୍ଗା ପଡିପାରେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Kailash Gahlot

Kailash Gahlot

ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ। ତେବେ ଏହା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ଜୋରଦାର ଝଟ୍‌କା। ଦଳ ଛାଡ଼ିଲେ ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ। ସେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଆମ ଆଦମୀ ପାର୍ଟି (AAP)ର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିଜକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। 

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ କୈଳାଶ ଗେହଲଟ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ଆମ୍‌ ଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ସେ ବଡ଼ ଅଭିଯୋଗ ଆଣିଛନ୍ତି। ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନକରିବାରୁ ସେ ଇସ୍ତଫା ଦେଇଥିବା ନେଇ କାରଣ ଦର୍ଶାଇଛନ୍ତି। ସେ ଏ ବିଷୟରେ କେଜ୍ରିୱାଲଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି।

ସେ ତାଙ୍କ ଇସ୍ତଫା ପତ୍ରରେ ଯମୁନା ନଦୀ ସଫା କରିବା ଏବଂ କେଜ୍ରିୱାଲଙ୍କ ବଙ୍ଗଳା ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଏଥିସହ ଦଳପ୍ରତି ଥିବା ନିଜ ଅସନ୍ତୋଷକୁ ମଧ୍ୟ ଜାହିର କରିଛନ୍ତି। ଗେହଲଟ୍ କହିଛନ୍ତି ଯେ ଗତ ନିର୍ବାଚନରେ ​​ଆମେ ଯମୁନାକୁ ସଫା କରିବାକୁ ପ୍ରତିଶୃତି ଦେଇଥିଲୁ କିନ୍ତୁ ଆମେ ଏହା କରିପାରିଲୁ ନାହିଁ।

Advertisment

କୈଳାଶ ଗେହଲଟ୍ ଚିଠିରେ ଲେଖିଛନ୍ତି, 'ଶିସ୍‌ମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି, ଯାହା ସନ୍ଦେହ ସୃଷ୍ଟି କରୁଛି କି ଆମେ କ'ଣ ଏବେ ବି ଆମ ଆଦମୀ ହୋଇ ଅଛେ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଦିଲ୍ଲୀ ସରକାର ଏହାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ ଦିଲ୍ଲୀର କୌଣସି ପ୍ରଗତି ହୋଇପାରିବ ନାହିଁ, ମୋ ପାଖରେ ଆପ୍‌ ଠାରୁ ଅଲଗା ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।'

ଆସନ୍ତା ବର୍ଷ ଫେବ୍ରୁଆରୀରେ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ କୈଳାଶ ଗେହଲଟଙ୍କ ଇସ୍ତଫା ଦଳ ପାଇଁ ମହଙ୍ଗା ପଡିପାରେ। ଯେତେବେଳେ ଅତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଥିଲା, ସେତେବେଳେ ଏହି ପଦ ପାଇଁ କୈଳାଶ ଗେହଲୋଟଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଥିଲା। ତେବେ ଏହି ବଡ଼ ଦାୟିତ୍ୱ ପାଇଁ କେଜ୍ରିଓ୍ୱାଲ ଅତିଶୀଙ୍କୁ ବାଛିଥିଲେ।

Arvind Kejriwal Delhi Assembly Election AAP Kailash Gahlot Resign