Advertisment

ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଆଡମିଟ ହେଲେ ଆତିଶୀ

ଅନଶନର ପଞ୍ଚମ ଦିନରେ ଅର୍ଥାତ ଆଜି ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ମନ୍ତ୍ରୀ ଆତିଶୀଙ୍କୁ ଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Niharika Rout
Atishi Hospitalised in delhi

Atishi Hospitalised in delhi

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଶେଷରେ ଆଜି ଭୋରରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ। ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ସେ ହସ୍ପିଟାଲରେ ଆଡମିଟ ହେଉ ନ ଥିଲେ। ମାତ୍ର ଅନଶନର ପଞ୍ଚମ ଦିନରେ ଅର୍ଥାତ ଆଜି ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ମଧ୍ୟ ରାତିରେ ଆତିଶୀଙ୍କ ଶର୍କରା ୪୩ ଥିବା ବେଳେ ଭୋର ୩ଟା ବେଳେ ତାହା ୩୬ରେ ପହଞ୍ଚି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆପ୍‌ ପକ୍ଷରୁ ଟ୍ୱିଟ କରାଯାଇଛି। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।

ଗତକାଲି LNJP ହସ୍ପିଟାଲର ଡାକ୍ତରମାନେ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ଯାଞ୍ଚ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଜଣାପଡ଼ିବାରୁ ତୁରନ୍ତ ହସ୍ପିଟାଲରେ ଆଡମିଟ ହେବାକୁ ଡାକ୍ତରମାନେ ଆତିଶୀଙ୍କୁ ପରାମର୍ଶ ଦେଇଥିଲେ ।

Advertisment

ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଥିଲେ। ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଥିଲେ।

ସେ କହିଥିଲେ, “ମୋ ରକ୍ତ ଚାପ ଓ ସର୍କାର ସ୍ତର କମିବାରେ ଲାଗିଛି। ମୋ ଓଜନ ମଧ୍ୟ ହ୍ରାସ ପାଇଲାଣି। କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି, ଯାହା ପରବର୍ତ୍ତୀ ସମୟରେ କ୍ଷତିକାରକ ସାବ୍ୟସ୍ତ ହେବ। ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ହରିୟାଣା ପାଣି ରିଲିଜ ନ କରିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି ବୋଲି କହିଥିଲେ ଆତିଶୀ। ମାତ୍ର ଆଜି ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଦିଲ୍ଲୀରେ ଜଳସଙ୍କଟ ଦେଖା ଯାଇଥିବା ବେଳେ ହରିୟାଣର ବିଜେପି ସରକାର ୪୬ କୋଟି ଲିଟର ଜଳ ଛାଡ଼ୁ ନାହାନ୍ତି। ଏଥିଯୋଗୁ ଦିଲ୍ଲୀର ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଆତିଶୀ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ଆତିଶୀ ଜଙ୍ଗପୁରାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ହରିୟାଣା ସରକାର ଦିଲ୍ଲୀ ଭାଗ ଜଳ ନ ଛାଡ଼ିବା ପର୍ଯ୍ୟନ୍ତ ସେ ଆନ୍ଦୋଳନ ଜାରି ରଖିବେ ବୋଲି ନିଜ ଜିଦ୍‌ରେ ଅଟଳ ଥିଲେ।

Delhi AAP Atishi