Advertisment

କାର୍ଯ୍ୟନିର୍ବାହୀ କ୍ଷମତାକୁ ନେଇ ଉପରାଜ୍ୟପାଳଙ୍କ ଘର ବାହାରେ ଆପ ନେତାଙ୍କ ଧାରଣା

ପ୍ରାୟ ୯୦ ମିନିଟ୍‌ ଧରି ଏହି ମନ୍ତ୍ରୀମାନେ ଧାରଣାରେ ବସିବା ପରେ ଉପରାଜ୍ୟପାଳ ବିନୟ କୁମାର ସକସେନା ଏହି ମନ୍ତ୍ରୀମାନଙ୍କୁ ଆଲୋଚନା ନିମନ୍ତେ ଡାକିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Delhi ministers outside L-G VK Saxena's residence in New Delhi.

Delhi ministers outside L-G VK Saxena's residence in New Delhi.

କାର୍ଯ୍ୟନିର୍ବାହୀ କ୍ଷମତା ସମ୍ପର୍କରେ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀସ୍ତରୀୟ ଏକ ଦଳ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ ଘର ବାହାରେ ଧାରଣା ଦେଉଛନ୍ତି। ଆଜି ପ୍ରାୟ ୯୦ ମିନିଟ୍‌ ଧରି ଏହି ମନ୍ତ୍ରୀମାନେ ଧାରଣାରେ ବସିବା ପରେ ଉପରାଜ୍ୟପାଳ ବିନୟ କୁମାର ସକସେନା ଏହି ମନ୍ତ୍ରୀମାନଙ୍କୁ ଆଲୋଚନା ନିମନ୍ତେ ଡାକିଥିଲେ। ଯାହାକୁ ନେଇ ପୁଣି ଦିଲ୍ଲୀ ରାଜନୀତି କ୍ଷମତା ଦଖଲ ଚର୍ଚ୍ଚା ଗତିଶୀଳ ହୋଇଛି।

Advertisment

ଦିନକ ପୂର୍ବରୁ ଦିଲ୍ଲୀ ସେବା ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରଶାସନିକ ଅଧିକାରୀଙ୍କ ବଦଳି ଫାଇଲ୍ ପାସ୍‌ କରିବା ନେଇ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କୁ ଅନୁରୋଧ କରିଥିଲେ। ଫାଇଲ୍‌କୁ ଅନୁମୋଦନ ମିଳୁ ନ ଥିବାରୁ ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳ ପଦକ୍ଷେପ ବିଳମ୍ୱିତ ହେଉଥିବା ଅଭିଯୋଗ କରିଥିଲେ। ସେପଟେ ଏହି ବଦଳି ଫାଇଲ୍‌କୁ ଅନୁମୋଦନ କରିବା ପାଇଁ ଏଲ୍‌ଜିଙ୍କ ନିକଟକୁ ଦିଲ୍ଲୀ ସରକାର ୨ ଦିନ ତଳେ ପଠାଇଥିଲେ।

ଯାହାପରେ ଆପ୍‌ର ନେତା ଗୋପାଳ ରାୟ, ସୌରଭ ଭରଦ୍ୱାଜ, ଆତିସ୍, କୈଳାସ ଗେହଟଲ ଏବଂ ରାଜ କୁମାର ଆନନ୍ଦ ଏଲ୍‌ଜିଙ୍କ ଘର ବାହାରେ ଧାରଣାରେ ବସିଥିଲେ। ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ କାହିଁକି ବିଳମ୍ବ ହେଉଛି ତାହାର ଉତ୍ତର ଦାବି କରିଥିଲେ।

Advertisment

ସୂଚନାଯୋଗ୍ୟ, କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା କ୍ଷମତା ଯୁଦ୍ଧରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଦିଲ୍ଲୀ ସରକାରଙ୍କର ସପକ୍ଷରେ ଆସିଥିଲା। ପ୍ରଶାସନିକ ଅଧିକାରୀଙ୍କ ଉପରେ ନିର୍ବାଚିତ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ସଫା ସଫା କହିଥିଲେ ସର୍ବୋଚ୍ଚ ଅଦାଲତ।

Delhi Power Politics Lieutenant Governor