Advertisment

ପାର୍କରେ ବସି ନିଆଁ ସେକି ହେଉଥିଲେ ବଡ଼ି ବିଲ୍ଡର୍‌, ହେଲା ଆଖିବୁଜା ଗୁଳିମାଡ଼

ତାଙ୍କ ଦେହରେ ୫ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ଅଦ୍ୟତନ ହୋଇଛି
Budy Builder Shot

Budy Builder Shot

Advertisment

ପାର୍କ ଭିତରେ ସାଙ୍ଗମାନଙ୍କ ସହ ବସି ନିଆଁରେ ସେକି ହେଉଥିଲେ ବଡ଼ି ବିଲ୍ଡର। ଏତିକି ବେଳେ ହଠାତ୍‌ ତାଙ୍କ ଉପରକୁ ହେଲା ଆଖିବୁଜା ଗୁଳିମାଡ଼। ଫୁଟିଲା ୫ ରାଉଣ୍ଡ ଗୁଳି। ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ ଘଟଣା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ପୁଲିସ ଷ୍ଟେସନ ଅଞ୍ଚଳର ତ୍ରିଲୋକପୁରୀ ସେକ୍ଟର ୧୩। ଏଠାରେ କିଛି ସାଙ୍ଗମାନେ ଏକାଠି ହୋଇ ବସି ନିଆଁ ସେକୁ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଭିତରକୁ ଜଣେ ଯୁବକଙ୍କୁ ଟାର୍ଗେଟ୍‌ କରି ଗୁଳିମାଡ଼ କରିଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଛି। ଗୁଳିମାଡ଼ ପରେ ଗୁରୁତର ଆହତ ଯୁବକଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଆହତ ଯୁବକ ଜଣକ ହେଲେ ରବି। ସେ ପେସାରେ ଜଣେ ଜିମ୍‌ ଟ୍ରେନର୍‌। ସେ ତ୍ରିଲୋକପୁରୀ ଅଞ୍ଚଳରେ ରୁହନ୍ତି। କୁହାଯାଉଛି ଯେ ତାଙ୍କ ଦେହରେ ୫ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଘଟଣା ସ୍ଥଳରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ।

Advertisment

ଆହତ ଯୁବକ ରବିଙ୍କୁ ବଡ଼ି ବିଲ୍ଡଂ କରିବାର ସଉକ୍‌ ରହିଛି। ଯେଉଁଥିରେ ସେ ଅନେକ ପୁରସ୍କାର ଜିତିଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ଗୁଳିମାଡ଼ କରିଛି ସେ ନେଇ କିଛି ଜଣାପଡି ନାହିଁ। ପୁଲିସ ସବୁ ଦିଗକୁ ଅନୁଧ୍ୟାନ କରି ଯାଞ୍ଚ ଜାରି ରଖିଛି।

ସେପଟେ ଗୁଳିକାଣ୍ଡ ମାମଲାକୁ ନେଇ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, 'ଆଉ ଏକ ସକାଳେ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଖୁଲମଖୁଲା ଭାବେ ଗୁଳିମାଡ଼ କରାଯାଉଛି। ଦିଲ୍ଲୀର ଅପରାଧୀଙ୍କ ମଧ୍ୟରେ ଆଉ ଆଇନ ଶୃଙ୍ଖଳା ପ୍ରତି ଭୟ ନାହିଁ।'

Delhi Firing Fired On Youth Body Builder Shot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe