Advertisment

ପୁଣି ବିମାନରେ ବୋମା ଧମକ, ଯାତ୍ରୀ ଛାନିଆ

ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବିମାନରେ ବୋମା ଥିବା ଧମକ ମିଳିଛି।

author-image
Madhupriya Mistry
Akasa Air

Akasa Air

ଇଣ୍ଡିଗୋ, ଭିସ୍ତାରା ପରେ ଏବେ ଆଉ ଏକ ବିମାନ ପାଳି। ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଆକାଶ ଏୟାରଲାଇନ୍ସର ବିମାନରେ ବୋମା ଥିବା ଧମକ ମିଳିଛି। ଏହାକୁ ନେଇ ଯାତ୍ରୀମାନେ ଛାନିଆ ହୋଇଯାଇଛନ୍ତି। ଧମକ ମିଳିବା ପରେ ବିମାନଟିକୁ ଅହମ୍ମଦାବାଦରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି।

Advertisment

ଅହମ୍ମଦାବାଦରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାରକୁ ଅଣାଯାଇଛି ଏବଂ ପରେ ବିମାନକୁ ଯାଞ୍ଚ କରାଯାଇଛି। ସେପଟେ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବର୍ତ୍ତମାନ ତଦନ୍ତ ଚାଲିଛି।

ସେପଟେ ବିମାନରେ ବୋମା ଥିବା ଧମକ ମିଳିବା ପରେ ଆକାଶ ଏୟାର ଲାଇନ୍ସ ତରଫରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ଆକାଶ ଏୟାରଲାଇନ୍ସର ମୁଖପାତ୍ରଙ୍କୁ ଏଥିପାଇଁ ଦାୟୀ କରାଯାଇଛି।

Advertisment

୩ ଜୁନ୍‌ରେ ଆକାଶ ଏୟାରଲାଇନ୍ସର ଏକ ବିମାନ QP 1719 ଦିଲ୍ଲୀରୁ ମୁମ୍ବାଇ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ସୁରକ୍ଷା ଚେତାବନୀ ମିଳିଥିଲା। ଏହାପରେ ପାଇଲଟ ତୁରନ୍ତ ବିମାନଟିକୁ ସକାଳ ୧୦ଟା ୧୩ରେ ସରଦାର ବଲ୍ଲଭଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ। ଏହି ବିମାନରେ ୧୮୬ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟ ଥିଲେ।

Bomb Threat Akasa Air Flight