Advertisment

କେତେ ଦିନ ଯାଏ ମୁଖ୍ୟମନ୍ତ୍ରୀ ରହିବେ ଆତିଶୀ? ଜବାବ ଦେଲେ ଆପ୍‌ ନେତା

ଅପରାହ୍ନ ସାଢ଼େ ୪ଟାରେ ଅରବିନ୍ଦ କେଜ୍ରିଓ୍ୱାଲ ଇସ୍ତଫା ଦେବେ।

author-image
Madhupriya Mistry
Atishi

Atishi

ଦିଲ୍ଲୀ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁରେ ମୋହର ବାଜିଛି। କେଜ୍ରିଓ୍ୱାଲ ଇସ୍ତଫା ଦେବା ପରେ ଆତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ହେଉଛି ଯେ ଆତିଶୀ କେତେ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ସିଏମ୍ ରହିବେ? ଆପ୍‌ ନେତା ଗୋପାଳ ରାୟ ଏହାର ଉତ୍ତର ଦେଇଛନ୍ତି।

Advertisment

ଆପ୍‌ ନେତା ଗୋପାଳ ରାୟ କହିଛନ୍ତି, ସର୍ବସମ୍ମତି କ୍ରମେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ଆଗାମୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଆତିଶୀ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ଆମେ ଆଜି ହିଁ ନୂତନ ସରକାର ଗଠନ ପାଇଁ ଦାବି କରିବୁ। ଅପରାହ୍ନ ସାଢ଼େ ୪ଟାରେ ଅରବିନ୍ଦ କେଜ୍ରିଓ୍ୱାଲ ଇସ୍ତଫା ଦେବେ। ସେପ୍ଟେମ୍ବର ୨୬-୨୭ରେ ବସିବାକୁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଆସନ୍ତା କିଛି ଦିନ ମଧ୍ୟରେ ଦିଲ୍ଲୀ କ୍ୟାବିନେଟର ନିଷ୍ପତ୍ତି ନିଆଯିବ। ଆମେ ଚାହୁଁଛୁ ଅକ୍ଟୋବର-ନଭେମ୍ବରରେ ନିର୍ବାଚନ ହେଉ ବୋଲି ସେ କହିଛନ୍ତି। ଏହି ସମୟରେ ଗୋପାଳ ରାୟ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

Advertisment

ଗୋପାଳ ରାୟ କହିଛନ୍ତି ଯେ ଆପ୍‌କୁ ଦିଲ୍ଲୀରୁ ହଟାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚା ଯାଇଥିଲା। ଆରମ୍ଭରୁ ବିଜେପି ଆପ୍‌ ସରକାରକୁ ହଟାଇବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେ ଏଥିରେ ବିଫଳ ହୋଇଛି। ଆଗକୁ ମଧ୍ୟ ବିଫଳ ହେବ।

Arvind Kejriwal AAP Atishi Delhi CM