Advertisment

ମୋଦିଙ୍କ ଶପଥ ପାଠ ଉତ୍ସବ ପାଇଁ ହାଇଆଲର୍ଟରେ ଦିଲ୍ଲୀ

ମୋଦି ଆସନ୍ତାକାଲି ସନ୍ଧ୍ୟା ୭.୧୫ରେ କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

PM Modi

PM Modi

Advertisment

ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥପାଠ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୋଦି ଆସନ୍ତାକାଲି ସନ୍ଧ୍ୟା ୭.୧୫ରେ କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ଅନେକ ରାଷ୍ଟ୍ରର ନେତାମାନେ ଯୋଗଦେବେ। ଏହାକୁ ଭବ୍ୟ ଓ ସ୍ୱତନ୍ତ୍ର କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି।

Advertisment

୧- ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ମୋଦିଙ୍କ ସହ ତାଙ୍କ ଟିମରେ ରହିବାକୁ ଥିବା କ୍ୟାବିନେଟ ମନ୍ତ୍ରୀମାନେ ଶପଥ ନେବେ। ସେ ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ କ୍ରମାଗତ ତୃତୀୟ ଥର ପାଇଥଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

୨- ଶପଥ ପାଠ ଉତ୍ସବ ପାଇଁ ରାଷ୍ଟ୍ରପତି ଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଦିଲ୍ଲୀ ପୁଲିସ୍‌ର ସ୍ୱାଟ ଓ ଏନଏସଜି କମାଣ୍ଡୋମାନେ ରାଷ୍ଟ୍ରପତି ଭବନ ଚାରିପାଖରେ ଓ ଭିତରେ ରହିବେ। ଶପଥ ପାଠ ପୂର୍ବରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ପ୍ରତିଷ୍ଠାନରେ ମଧ୍ୟ କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀକୁ ହାଇଆଲର୍ଟରେ ରଖାଯାଇଛି।

Advertisment

୩- ପୁଲିସ ପକ୍ଷରୁ ଦିଲ୍ଲୀକୁ ନୋ-ଫ୍ଲାଇଂ ଜୋନ ଭାବେ ଘୋଷଣା କରାଯାଇଛି। ଏହାର ଅର୍ଥ କୌଣସି ପ୍ରକାରର ଅନାଧିକୃତ ଡ୍ରୋନ, ପାରା ଗ୍ଲିଡର୍ସ, ରିମୋଟ ଦ୍ୱାରା ଚାଲୁଥିବା ଏୟାରକ୍ରାଫ୍ଟ ଓ ଗରମ ପବନ ରହୁଥିବା ବେଲୁନ ମଧ୍ୟ ଆଗାମୀ କିଛି ଦିନ ପାଇଁ ଦିଲ୍ଲୀ ଆକାଶରେ ଉଡ଼ି ପାରିବ ନାହିଁ।

୪- ଶପଥପାଠ କାର୍ଯ୍ୟକ୍ରମରେ ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ, ନେପାଳ, ମରିସସ, ସିୟାଚେଲ୍ସ, ମାଳଦ୍ୱୀପ ଭଳି ପଡ଼ୋଶୀ ରାଷ୍ଟ୍ରର ମୁଖ୍ୟମାନେ ଯୋଗଦେବେ। ରାଷ୍ଟ୍ରମୁଖ୍ୟମାନଙ୍କୁ ସେମାନଙ୍କୁ ହୋଟେଲରୁ ରାଷ୍ଟ୍ରପତି ଭବନକୁ ଆଣିବା ଓ ପୁଣି ହୋଟେଲରେ ଛାଡ଼ିବା ପାଇଁ ସ୍ୱତନ୍ତ୍ର ମାର୍ଗର ବ୍ୟବସ୍ଥା କରାଯାଇଛି।

୫- ଆସନ୍ତାକାଲି କେନ୍ଦ୍ରୀୟ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯିବ କିମ୍ବା ରୁଟ୍ ପରିବର୍ତ୍ତନ କରାଯିବ। ଦିଲ୍ଲୀରେ ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଯାଇଛି।

୬- ଶପଥ ଗ୍ରହଣ ସମାରୋହରେ ଶ୍ରମିକ, ସଫେଇ କର୍ମଚାରୀ ଓ ତୃତୀୟ ଲିଙ୍ଗର ପ୍ରତିନିଧିମାନେ ଯୋଗଦେବେ। ବନ୍ଦେ ଭାରତ ଟ୍ରେନର ମହିଳା ଲୋକ ପାଇଲଟଙ୍କୁ ମଧ୍ୟ ଶପଥ ପାଠ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି। 

୭-  କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମଧ୍ୟ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ।

୮- ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆରମ୍ଭର ସାକ୍ଷୀ ଭାରତର ପଡ଼ୋଶୀ ରାଷ୍ଟ୍ରର ମୁଖ୍ୟମାନେ ରହିବେ। ଏମାନଙ୍କ ମଧ୍ୟରେ ରହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ପ୍ରଚଣ୍ଡ, ଭୁଟାନ କିଙ୍ଗ ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନୌଥଙ୍କୁ ମଧ୍ୟ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି।

୯- ମାଳଦ୍ୱୀ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମଧ୍ୟ ଏହି ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି।  ସେ ମଧ୍ୟ ଭାରତ ଆସିବାକୁ ରାଜି ହୋଇଛନ୍ତି। ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ମୁଇଜୁଙ୍କ ପ୍ରଥମ ଭାରତ ଗସ୍ତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ମୁଇଜୁ ଦୁବାଇରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ କନଫରେନ୍ସ COP28ରେ ପରସ୍ପରକୁ ଭେଟିଥିଲେ।

Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe