Advertisment

ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି

୨୦୧୮ରୁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟିର ବଦନାମ ମୁଣ୍ଡାଇଛି।

author-image
Madhupriya Mistry
Delhi Air Pollution

Delhi Air Pollution

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି। ଏହି ରିପୋର୍ଟ ଦେଇଛି ସୁଇଜରଲାଣ୍ଡର ଏକ ସଂସ୍ଥା ଆଇକ୍ୟୁ ଏୟାର୍। ଏହି ସଂସ୍ଥାର ୨୦୨୩ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠୁ ପ୍ରଦୂଷିତ ମେଟ୍ରୋ ହେଉଛି ବିହାରର ବେଗୁସରାଇ।

Advertisment

ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ PM2.5 ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର। ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ତୃତୀୟ ସ୍ଥାନରେ ରହିଛି ଭାରତ।

ଗତ ବର୍ଷ ଭାରତ ଅଷ୍ଟମ ସ୍ଥାନରେ ଥିଲା। ତେବେ ଚଳିତ ବର୍ଷ ଏହା ତୃତୀୟ ସ୍ଥାନକୁ ଉଠି ଆସିଛି। ଦିଲ୍ଲୀର ବାୟୁମଣ୍ଡଳରେ PM 2.5 ର ପରିମାଣ ହେଉଛି ପ୍ରତି କ୍ୟୁବିକ ମିଟରରେ ୮୯. ୧ ମାଇକ୍ରୋଗ୍ରାମ। ୨୦୧୮ରୁ ଲଗାତର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟିର ବଦନାମ ମୁଣ୍ଡାଇଛି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ପ୍ରାୟ ସାତ ଲକ୍ଷ ଅକାଳ ମୃତ୍ୟୁ ପାଇଁ ବାୟୁ ପ୍ରଦୂଷଣ ଦାୟୀ। PM2.5 ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ବଢ଼ୁଥିବା ପ୍ରଦୂଷଣ ପାଇଁ ଲୋକେ ଆଜମା, କ୍ୟାନସର, ଫୁସଫୁସ୍, ହାର୍ଟ ଆଟାକ ପରି ରୋଗର ଶିକାର ହେଉଛନ୍ତି।

Delhi Delhi Pollution Air Pollution Most Polluted National Capital