Advertisment

୪ ଗିରଫ ଓ୍ୱାରେଣ୍ଟ, ୬୦ କିମି ପିଛା… ରିଅଲ୍‌ ଇଷ୍ଟେଟ୍‌ ମାଲିକଙ୍କୁ ଗିରଫ କଲା ପୁଲିସ

ସଞ୍ଜୀବ ଜୈନଙ୍କ ବିରୋଧରେ ୪ଟି ଜାମିନ ବିହୀନ ଏବଂ ଗୋଟିଏ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରାଯାଇଥିଲା।

author-image
Madhupriya Mistry
Sanjeev Jain Arrested

Sanjeev Jain Arrested

ବନ୍ଧା ହେଲେ ରିଅଲ୍‌ ଇଷ୍ଟେଟ୍‌ ମାଲିକ। ଜଣାଶୁଣା ରିଅଲ ଇଷ୍ଟେଟ୍‌ କମ୍ପାନୀ ପାର୍ଶ୍ୱନାଥ ଡେଭଲପର୍ସର ସହାୟକ କମ୍ପାନୀ ପାର୍ଶ୍ୱନାଥ ଲ୍ୟାଣ୍ଡମାର୍କ ଡେଭଲପର୍ସର ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଞ୍ଜୀବ ଜୈନଙ୍କୁ ପୁଲିସ ଗିରଫ କରିଛି। ଦୀର୍ଘ ୬୦ କିଲୋମିଟର ପିଛା କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।

Advertisment

ଦିଲ୍ଲୀ ବିମାନବନ୍ଦରରୁ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ଶାହାଦରାଙ୍କ ଏକ ଟିମ୍ ଦ୍ୱାରା ଗୁରୁଗ୍ରାମର DLF ଫେଜ୍‌-୨ ର ବାସିନ୍ଦା ସଞ୍ଜୀବ ଜୈନଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ନ୍ୟାଶନାଲ କଞ୍ଜୁମର ରିଡ୍ରେସଲ କମିଶନ ଓ ଜଏଣ୍ଟ ରେଜିଷ୍ଟ୍ରାର ଦ୍ୱାରା ଜାମିନ ବିହୀନ ଓ୍ୱାରେଣ୍ଟ ଜାରି କରାଯାଇଥିଲା।

ରଜତ ବାବର ନାମକ ଜଣେ ବ୍ୟକ୍ତି ୨୦୧୭ରେ ସଞ୍ଜୀବ ଜୈନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅନେକ ଥର ନୋଟିସ୍‌ ପରେ ବି ସେ ନ୍ୟାଶନାଲ କଞ୍ଜୁମର ରିଡ୍ରେସଲ କମିଶନ ହାଜର ହୋଇନଥିଲେ। ଏଥିଯୋଗୁ ଚଳିତ ବର୍ଷ ଜୁଲାଇ ୧୮ରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

Advertisment

ସଞ୍ଜୀବ ଜୈନଙ୍କ ବିରୋଧରେ ୪ଟି ଜାମିନ ବିହୀନ ଏବଂ ଗୋଟିଏ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରାଯାଇଛି। ଶାହାଦରା ଜିଲ୍ଲା ପୁଲିସର ଏସଟିଏଫ ଶନିବାର ଦିଲ୍ଲର ବିମାନ ବନ୍ଦରରୁ ତାଙ୍କୁ ଗିରଫ କରିବା ପରେ ଆୟୋଗଙ୍କ ନିକଟରେ ହାଜର କରାଯାଇଛି।

Delhi Police Parshwanath Developers CEO Arrested