Advertisment

ମୋତେ ଓ ମୋ ସ୍ୱାମୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ: ଗୀତ ଫୋଗଟ

‘ଆନ୍ଦୋଳନରତ ମୋ ରେସଲର ଭାଇଭଉଣୀଙ୍କୁ ସାକ୍ଷାତ କରିବାକୁ ଯାଉଥିବା ବେଳେ ପୁଲିସ୍ ଗିରଫ କରିଛି’

author-image
Jitendra Garnayak
ଅଦ୍ୟତନ ହୋଇଛି
Geeta Phogot

Geeta Phogot

‘ମୋତେ ଓ ମୋ ସ୍ୱାମୀ ପବନ ସରୋହାଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ବହୁତ ଦୁଃଖଦ ଘଟଣା।’ ଦିଲ୍ଲୀର ଯନ୍ତର ମନ୍ତରରେ ରେସଲରଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏମିତି ଏକ ଟ୍ୱିଟ କରିଥିଲେ ରେସଲର ଗୀତା ଫୋଗଟ। ତେବେ ପୁଲିସ ତାଙ୍କ କଥାକୁ ଖଣ୍ଡନ କରିଛି। ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ଗିରଫ କରାଯାଇ ନାହିଁ। ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ଅଟକ ରଖାଯାଇଛି।

Advertisment

ଭାରତୀୟ ରେସଲିଂ ସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବାକୁ ଦାବି କରି ଅନେକ ରେସଲର ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରେ ବସିଛନ୍ତି। ସେମାନେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଆଜି ଅପରାହ୍ଣରେ ଗୀତା ଫୋଗଟ ଓ ତାଙ୍କ ସ୍ୱାମୀ ଆନ୍ଦୋଳନରତ ରେସଲରଙ୍କୁ ଭେଟିବାକୁ ଯନ୍ତର ମନ୍ତର ଅଭିମୁଖେ ଯାଉଥିବା ବେଳେ ପୁଲିସ୍ ସେମାନଙ୍କୁ ନିଜ ହେପାଜତକୁ ନେଇଥିଲା।

Advertisment

ଯନ୍ତର ମନ୍ତରରେ ଆନ୍ଦୋଳନରେ ବସିଥିବା ରେସଲରଙ୍କୁ ଭେଟିବା ପାଇଁ ଯାଉଥିବା ବେଳେ ପୁଲିସ୍ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଛାଡ଼ୁ ନଥିବା ନେଇ ସେ ଟ୍ୱିଟ୍ କରିବାର କିଛି ସମୟ ପରେ ଗିରଫ ହୋଇଥିବା ନେଇ ଆଉ ଏକ ଟ୍ୱିଟ୍ କରିଥିଲେ।

Indian Wrestler Geeta Phogot