/odisha-reporter/media/post_attachments/uploadimage/library/16_9/16_9_0/IMAGE_1674110647.jpg)
୨ ସନ୍ଦିଗ୍ଧ ଆତଙ୍କାବଦୀ ଗିରଫ, ଟାର୍ଗେଟ୍ରେ ଥିଲେ ରାଜନେତା
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍କୁ ମିଳିଲା ବଡ ସଫଳତା। ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ। ଏମାନଙ୍କ ପରିଚୟ ପଞ୍ଜାବ ଗୁରଦାସପୁରର ବାସିନ୍ଦା ଜଗବୀର ଓରଫ ଜଗା ଏବଂ ଗୁରପ୍ରିତ ବୋଲି ଜଣାପଡିଛି। ଉଭୟ ଦାଦା ପୁଅ ଭାଇ। ଏମାନେ ଦୁହେଁ ପଞ୍ଜାବରେ ଆତଙ୍କବାଦୀ ଷଡଯନ୍ତ୍ର ରଚୁଥିଲେ। ଏମାନଙ୍କ ଟାର୍ଗେଟ୍ରେ ଜଣେ ରାଜନେତା ଥିଲେ । ତେବେ ଏହାପୂର୍ବରୁ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୁଲିସ। କୋର୍ଟ ଏହି ଦୁଇ ଜଣଙ୍କୁ ୧୪ ଦିନିଆ ହେପାଜତକୁ ପଠାଇ ଦେଇଛନ୍ତି।
ସୂଚନା ମୁତାବକ, ପଞ୍ଜାବ ପୁଲିସ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ ବଲବିନ୍ଦର ସିଂହ ଓରଫ ସାଂଧୁଙ୍କ ହତ୍ୟା ଅଭିଯୋଗରେ ଗୁରବିନ୍ଦର ସିଂହ ଓ ତାଙ୍କର ଦୁଇ ସହଯୋଗୀ ସନ୍ଦୀପ ସିଂହ ଏବଂ ଗୁରପ୍ରିିତ ସିଂହଙ୍କୁ ୨୦୨୨ ଅଗଷ୍ଟ ୯ ତାରିଖରେ ଗିରଫ କରିଥିଲା। ଏମାନଙ୍କୁ ଗିରଫ କରିବା ବେଳେ ଏକ ଚାଷ ଜମିରୁ ଆର୍ଡିଏକ୍ସ, ଆଇଇଡି, ହ୍ୟାଣ୍ଡ ଗ୍ରେପେଡ, ୩୭ ଲକ୍ଷ ନଗଦ ଟଙ୍କା, ୬୩୪ ଗ୍ରାମ ହେରୋଇନ୍ ଓ ବ୍ୟାପକ ହଥିଆର ଜବତ ହୋଇଥିଲା। ଏସବୁ ପାକିସ୍ତାନରୁ ଭାରତ ଆସିଥିଲା।
ଏହାପରେ ପଞ୍ଜାବ ପୁଲିସ ସୁଲତାନପୁର ଲୋଧି ଥାନାରେ ମାମଲା ରଜୁ କରିଥିଲା। ପୁଲିସ ଗୁରବିନ୍ଦରଙ୍କ ସହଯୋଗୀ ଜଗବୀର ଓ ଗୁରପ୍ରିତଙ୍କ ତଲାସି ଜାରି ରଖିଥିଲା। ସ୍ପେଶାଲ ସେଲ୍ର କାଉଣ୍ଟର ଇଣ୍ଟେଲିଜେନ୍ସ ଏହି ଦୁଇ ଜଣଙ୍କୁ ଗତ ସପ୍ତାହରେ ଦିଲ୍ଲୀରୁ ଗିରଫ କରିଥିଲା। ଗିରଫ ପରେ ପଚରାଉଚରା ବେଳେ ୨୦୨୨ ଅଗଷ୍ଟ ୧୫ ତାରିଖରେ ପଞ୍ଜାବରେ ଏମାନେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ଜଣାପଡିଥିଲା।
ତେବେ ପୁଲିସ ଏହି ଉଦ୍ୟମକୁ ପଣ୍ଡ କରିବା ପରେ ଏମାନଙ୍କୁ ଦ୍ୱିତୀୟ ଟାସ୍କ ଦିଆଯାଇଥିଲା। ଏମାନଙ୍କୁ ଦିଲ୍ଲୀ ବା ପଞ୍ଜାବରେ ଆତଙ୍କୀ ହମ୍ଲା କରିବା ପାଇଁ କୁହାଯାଇଥିଲା। ଏଥିସହ ପଞ୍ଜାବର ଜଣେ ରାଜନାତାଙ୍କୁ ମଧ୍ୟ ଟାର୍ଗେଟ୍ କରିବା ପାଇଁ କୁହାଯାଇଥିବା ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
