Advertisment

ଗୃହ ମନ୍ତ୍ରାଳୟରେ ଚାକିରି ଆଶା: ନିଜ ପାଇଁ ନିଜେ କରୁଥିଲେ ଲବି, ବନ୍ଧା ହେଲେ

ଗୃହ ମନ୍ତ୍ରାଳୟରେ ଚାକିରି ପାଇବା ନିମନ୍ତେ ଷ୍ଟ୍ରଙ୍ଗ ଲବି ଆବଶ୍ୟକ ବୋଲି ସେ ଭାବିଥିଲେ। ଏହାପରେ ସେ ଗଙ୍ଗା ଏକ୍ସପ୍ରେସ୍‌ ପ୍ରୋଜେକ୍ଟରେ ଭାଇସ୍‌- ପ୍ରେସିଡେଣ୍ଟ ସହ ପ୍ରୋଜେକ୍ଟ- କୋଅଡିନେଟର ପଦ ପାଇଁ ଆବେଦନ କରିଥିଲେ।

Arrest

Arrest

Advertisment

ଗୃହ ମନ୍ତ୍ରାଳୟରେ ବରିଷ୍ଠ ଅଧିକାରୀ ଭାବେ ଚାକିରି ପାଇବାକୁ ଜଣେ ସିଭିଲ ଇଞ୍ଜିନିୟର ବିଛାଇଥିଲେ ଜାଲ। ଫେକ୍‌ ଆକାଉଣ୍ଟ ଖୋଲି ନିଜେ ପାଇଁ ନିଜ ପାଇଁ କରୁଥିଲେ ସୁପାରିଶ। ମାତ୍ର ଶେଷରେ ଧରା ପଡ଼ିଯିବା ସହ ବନ୍ଧା ହେଲେ ଏହି ଇଞ୍ଜିନିୟରଜଣକ । ଗିରଫ ଇଞ୍ଜିନିୟରଙ୍କ ନାଁ ରୋବିନ ଉପାଧ୍ୟୟ ଓ ତାଙ୍କ ବୟସ ୪୮ ବୋଲି ଜଣାଯାଇଛି।

Advertisment

ଉତ୍ତରପ୍ରଦେଶର ମିରଟ ସହର ବାସିନ୍ଦା ରୋପିନଙ୍କ କହିବାନୁଯାୟୀ, ସେ ଗତ ୨୫ ବର୍ଷ ଧରି ବିଭିନ୍ନ ମଲ୍ଟି ନ୍ୟାସନାଲ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରି ଆସିଛନ୍ତି। ମାତ୍ର ଗୃହ ମନ୍ତ୍ରାଳୟରେ ଚାକିରି ପାଇବା ନିମନ୍ତେ ଷ୍ଟ୍ରଙ୍ଗ ଲବି ଆବଶ୍ୟକ ବୋଲି ସେ ଭାବିଥିଲେ। ଏହାପରେ ସେ ଗଙ୍ଗା ଏକ୍ସପ୍ରେସ୍‌ ପ୍ରୋଜେକ୍ଟରେ ଭାଇସ୍‌- ପ୍ରେସିଡେଣ୍ଟ ସହ ପ୍ରୋଜେକ୍ଟ- କୋଅଡିନେଟର ପଦ ପାଇଁ ଆବେଦନ କରିଥିଲେ। ଏଥିନିମନ୍ତେ  ସେ ରାଜୀବ କୁମାର ନାମରେ ଏକ ଫେକ୍‌ ଇ-ମେଲ ଆକାଉଣ୍ଟ ଖୋଲି ସୁପାରିସ କରିଥିଲେ। ଉକ୍ତ  ସୁପାରିସରେ ସେ ନିଜକୁ ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଭାବେ ଦର୍ଶାଇଥିଲେ। 

ଏନେଇ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କର ସନ୍ଦେହ ହେବାରୁ ଏନେଇ ସେ ସାଇବର ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। କାରଣ ତାଙ୍କ ନିକଟକୁ ରାଜୀବ କୁମାର ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଆସିଥିବା ମେଲ୍‌ରେ ରୋବିନ ଉପାଧ୍ୟୟଙ୍କ ପାଇଁ ଲବି କରାଯାଇଥିଲା। ଏପରିକି ରୋବିନଙ୍କୁ ତୁରନ୍ତ ଗୃହ ମନ୍ତ୍ରାଳୟରେ ବରିଷ୍ଠ ଅଧିକାରୀ ପଦରେ ବସାଇବାକୁ କୁହାଯାଇଥିଲା। ନିଜ ମେଲ୍‌ରେ ରାଜୀବ ନିଜକୁ ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଭାବେ ଉଲ୍ଲେଖ କରିଛନ୍ତି।

Advertisment

ସାଇବର ପୁଲିସ୍‌ ଏହି ଘଟଣାର ତଦନ୍ତ କରି ମାତ୍ର ୮ ଦିନ ପୂର୍ବେ ତିଆରି କରାଯାଇଥିବା ଉକ୍ତ ମେଲ୍‌ ଆକାଉଣ୍ଟ ଫେକ୍‌ ବୋଲି ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ରୋବିନ ଉପାଧ୍ୟୟଙ୍କୁ ମିରଟସ୍ଥିତ ତାଙ୍କ ଘରୁ ଗିରଫ କରିଛି।

ସିଭିଲ ଇଞ୍ଜିନିୟର ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ବେଳେ ଗୃହ ମନ୍ତ୍ରାଳୟରେ ପ୍ରବେଶ କରିବାକୁ କିଛି ସୁପାରିଶ ଆବଶ୍ୟକ ଭାବି ଏପରି ଏକ ଫେକ୍‌ ଆକାଉଣ୍ଟ ଖୋଲିଥିବା ସ୍ୱୀକାର କରିଛନ୍ତି ରୋବିନ ।

Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe