Advertisment

ରାଜଧାନୀ ରାଜରାସ୍ତାରୁ ବନ୍ଧୁକ ମୁନରେ ଲୁଟ୍‌ ଘଟଣା; ବନ୍ଧା ହେଲେ ୨ ଅଭିଯୁକ୍ତ

ଦେଶର ରାଜଧାନୀ ଦିଲ୍ଲୀର ବ୍ୟସ୍ତବହୁତ ପ୍ରଗତି ମୈଦାନ ଟନେଲରେ ଗତ ସୋମବାର ଘଟିଥିବା ବଡ଼ ଧରଣର ଲୁଟ ଘଟଣାର ୨ ଅଭିଯୁକ୍ତଙ୍କୁ ମାଡ଼ି ବସିଛି ପୁଲିସ୍‌। ଏହି ଘଟଣାର ୨ ଅନ୍ୟ ଅଭିଯୁକ୍ତଙ୍କ ଟେର ମିଳି ନ ଥିବା ବେଳେ ସେମାନଙ୍କୁ ଖୋଜିବା କାର୍ଯ୍ୟକୁ ଜୋରଦାର କରିଛି ପୁଲିସ୍‌ ।

ଅଦ୍ୟତନ ହୋଇଛି
LOOT

LOOT

Advertisment

ଦେଶର ରାଜଧାନୀ ଦିଲ୍ଲୀର ବ୍ୟସ୍ତବହୁତ ପ୍ରଗତି ମୈଦାନ ଟନେଲରେ ଗତ ସୋମବାର ଘଟିଥିବା ବଡ଼ ଧରଣର ଲୁଟ ଘଟଣାର ୨ ଅଭିଯୁକ୍ତଙ୍କୁ ମାଡ଼ି ବସିଛି ପୁଲିସ୍‌। ଏହି ଘଟଣାର ୨ ଅନ୍ୟ ଅଭିଯୁକ୍ତଙ୍କ ଟେର ମିଳି ନ ଥିବା ବେଳେ ସେମାନଙ୍କୁ ଖୋଜିବା କାର୍ଯ୍ୟକୁ ଜୋରଦାର କରିଛି ପୁଲିସ୍‌ ।

Advertisment

ଗତ ସୋମବାର ଓମିୟା ଏଣ୍ଟରପ୍ରାଇଜେସର ଡେଲିଭରି ଏଜେଣ୍ଟ ପଟେଲ ସଜ୍ଜନ କୁମାର ନିଜ ସହଯୋଗୀଙ୍କ ସହ ୨ ଲକ୍ଷ ଟଙ୍କା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଗୁରୁଗ୍ରାମ ଅଭିମୁଖେ ଯାଉଥିଲେ। ସେମାନେ ଲାଲକିଲାରୁ ଓଲା କ୍ୟାବ ବୁକ କରି ରିଙ୍ଗ ରୋଡ ଦେଇ ଟନେଲ ଭିତରକୁ ଯାଇଥିଲେ। ଏହି ସମୟରେ ୪ ଯୁବକ ବାଇକରେ ସେମାନଙ୍କ ପିଛା କରିବା ସହ ବାଙ୍କ ପାଖରେ ଗାଡ଼ିକୁ ଓଭର ଟେକ୍‌ କରି ବିଚ୍‌ ରାସ୍ତାରେ ଅଟକାଇ ଦେଇଥିଲେ। ଏହାପରେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଯାଇଥିଲେ। ଲୁଟ ବେଳର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ରାଜଧାନୀବାସୀ ଆତଙ୍କିତ ହୋଇ ପଡ଼ିଥିଲେ।

ଏନେଇ ତିଲକ ମାର୍ଗ ପୁଲିସ୍‌ ଷ୍ଟେସନରେ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା କାର୍ଯ୍ୟକୁ ଜୋରଦାର କରିଥିଲା। ଏହାପରେ ଏହି ଘଟଣାର ୨ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ସନ୍ଧାନ ଜାରି ରଖିଛି ପୁଲିସ୍‌। ତେବେ ଲୁଟ୍‌ ଟଙ୍କା ଉଦ୍ଧାର ହୋଇଛି ନା ନାହିଁ ସେ ନେଇ କିଛି ଜଣାପଡ଼ିନି ।

Advertisment

। ଲୁଟ ବେଳର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ଦାବି କରିଥିଲେ ।

Delhi Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe