/odisha-reporter/media/post_attachments/uploadimage/library/16_9/16_9_0/IMAGE_1722929244.jpg)
police suicide
ଆତ୍ମହତ୍ୟା କଲେ ପୁଲିସ ବାବୁ। ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଦେଲେ ଦିଲ୍ଲୀ ପୁଲିସର ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର। ରୁମ୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ମୁତାବକ, ମୃତ ASI ଉତ୍ତରଖଣ୍ଡର ବାସିନ୍ଦା ଥିଲେ। ୧୯୯୪ ମସିହାରେ ସେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ଆଜି ଭୋରୁ ସେ ସିଭିଲ ଲାଇନ୍ସ ବ୍ୟାରେକ୍ରେ ନିଜ ରୁମ୍ ଭିତରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସୂଚନା ପରେ କ୍ରାଇମବ୍ରାଞ୍ଚ ଏବଂ ଏଫଏସଏସ ରୋହିଣୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ତେବେ ତାଙ୍କ ମୃତଦେହ ନିକଟୁ କିମ୍ବା ରୁମ୍ ଭିତରୁ କୌଣସି ସୁ-ସାଇଡ୍ ନୋଟ ମିଳି ନାହିଁ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସେପଟେ ଆତ୍ମହତ୍ୟା ସମ୍ପର୍କରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ମୃତ ପୋଲିସକର୍ମୀ ଜଣକ ପାରିବାରିକ ସମସ୍ୟାକୁ ନେଇ ଦୀର୍ଘ ଦିନ ହେବ ଚିନ୍ତିତ ଥିଲେ। ଏଥିଯୋଗୁ ସେ ଏଭଳି ଭୟଙ୍କର ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।
ଗତ ବର୍ଷ ଜାନୁଆରୀରେ ମଧ୍ୟ ଦିଲ୍ଲୀ ପୁଲିସର ଜଣେ ହେଡ୍ କନଷ୍ଟେବଳ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ। ସେ ଦିଲ୍ଲୀ ପାହାଡଗଞ୍ଜ ଥାନାରେ ପୋଷ୍ଟିଂ ଥିଲେ। ଥାନା ଭିତରେ ହିଁ ଡ୍ୟୁଟିରେ ଥିବା ବେଳେ ସେ ଆତ୍ମହତ୍ୟା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
