Advertisment

କୁସ୍ତି ମହାସଂଘ ସଭାପତିଙ୍କ ନାମରେ ମାମଲା ରୁଜୁ, ତଥାପି ଆନ୍ଦୋଳନରୁ ଓହରିବେନି ରେସଲର

ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ମୁଁ ନ୍ୟାୟପାଳିକାଙ୍କ ନିଷ୍ପତ୍ତିରେ ଖୁସି ଅଛି। ଦିଲ୍ଲୀ ପୁଲିସ୍‌ ଏହି ଘଟଣାର ଯାଞ୍ଚ କରିବ ଓ ମୁଁ ଯଥା ସମ୍ଭବ ସହଯୋଗ କରିବି ।

author-image
Niharika Rout
ଅଦ୍ୟତନ ହୋଇଛି
Brij Bhushan Sharan Singh

Brij Bhushan Sharan Singh

ଦୀର୍ଘ ଦିନର ଛକାପଞ୍ଝା ପରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହେଲା ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ରିଜ ଭୂଷଣ ଶରଣଙ୍କ ବିରୋଧରେ ୨ଟି ଯୌନ ଉତ୍ପୀଡ଼ନ ରୁଜୁ କରିଛି ଦିଲ୍ଲୀ ପୁଲିସ୍‌।

Advertisment

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗତକାଲି ରୁଜୁ ହୋଇଥିବା ୨ଟି ମାମଲା ମଧ୍ୟରୁ ଗୋଟିଏ ଜଣେ ନାବାଳିକା ରେସଲର କରିଥିବା ବେଳେ ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧା କରିଛନ୍ତି।

ନିଜ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାକୁ ସ୍ୱାଗତ କରି ବ୍ରିଜ ଭୂଷଣ ଶରଣ ସିଂ କହିଛନ୍ତି, ଯାଞ୍ଚ ପାଇଁ ଗଠିତ ସମିତିର ରିପୋର୍ଟକୁ ଅପେକ୍ଷା କରିବା ଉଚିତ ଥିଲା। ହେଲେ ମୁଁ ନ୍ୟାୟପାଳିକାଙ୍କ ନିଷ୍ପତ୍ତିରେ ଖୁସି ଅଛି। ଦିଲ୍ଲୀ ପୁଲିସ୍‌ ଏହି ଘଟଣାର ଯାଞ୍ଚ କରିବ ଓ ମୁଁ ଯଥା ସମ୍ଭବ ସହଯୋଗ କରିବି । ମୁଁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ନୁହଁ ।

Advertisment

ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ସତ୍ତ୍ୱେ ଆନ୍ଦୋଳନରୁ ନ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ରେସଲର । ଏନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଥିଲେ, ଆମେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛୁ । କିନ୍ତୁ ଦିଲ୍ଲୀ ପୁଲିସ୍‌ ଉପରେ ଭରସା ନାହିଁ । ସେ ବ୍ରିଜ ଭୂଷଣଙ୍କ ବିରୋଧରେ ଲଗାଇଥିବା କୋହଳ ଦଫା ଲଗାଇବାର ଆଶଙ୍କା ରହିଛି । ତେଣୁ ସ୍ପୋର୍ଟ୍ସକୁ ବଞ୍ଚାଇବାକୁ ଆମକୁ ଏକାଠି ଆଗକୁ ବଢ଼ିବାକୁ ପଡ଼ିବ । ଆମ ଧାରଣା ଜାରି ରହିବ । ବ୍ରିଜ ଭୂଷଣ ନିଜ ପଦର ଦୁରପଯୋଗ କରିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ତାଙ୍କୁ ସବୁ ପଦରୁ ବରଖାସ୍ତ କରି ଜେଲ୍‌ ପଠାଇବା ଉଚିତ ।

ରେସଲରମାନେ ଆନ୍ଦୋଳନ ଜାରି ରଖିଥିବା ଶନିବାର ସକାଳେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନରତ ରେସଲରମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ସେ ସେମାନଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। 

ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଦିଲ୍ଲୀ ପୁଲିସ୍‌ ତରଫରୁ ମାମଲା ଲ‍ଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହଟା ଏଫଆଇଆର ରୁଜୁ ପାଇଁ ଦିଲ୍ଲୀ ପୁଲିସ୍‌ ପ୍ରସ୍ତୁତ ଥିବା କହିଥିଲେ। ଅପରପକ୍ଷେ, ବ୍ରିଜ ଭୂଷଣଙ୍କ ନାମରେ ବହୁତ ମାମଲା ଥିବାରୁ ମହିଳା ରେସଲରଙ୍କ ସୁରକ୍ଷା ପ୍ରତି ଆମେ ଚିନ୍ତିତ ବୋଲି ରେସଲରଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ । ତେଣୁ ସୁପ୍ରିମକୋର୍ଟ ଏ ଦିଗରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି ।

Protest Delhi Supreme Court Indian Wrestler