Advertisment

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ୩୦୦୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କଲା ପୁଲିସ

ଦକ୍ଷିଣ ଦିଲ୍ଲୀ ମେହରୌଲି ଅଞ୍ଚଳରେ ୨୮ ବର୍ଷିୟ ଅଫତାବ ନିଜ ଲିଭ୍‌ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରି ତାଙ୍କ ଶବକୁ ହାଣି ୩୫ ଖଣ୍ଡ କରିଥିଲା। ମର ଶରୀର ଖଣ୍ଡଗୁଡିକ ସେ ନିଜ ଘରେ ଥିବା ୩୦୦ ଲିଟରର ଏକ ଫ୍ରିଜରେ ୩ ସପ୍ତାହ ରଖିଥିଲା।

Shraddha walker murder case

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ୩୦୦୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କଲା ପୁଲିସ

Advertisment

ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିପାରେ ଦିଲ୍ଲୀ ପୁଲିସ। ଏଥିପାଇଁ ପୁଲିସ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲା ବିରୋଧରେ ଆଗୁଆ ୩୦୦୦ ପୃଷ୍ଠାର ଡ୍ରାଫ୍ଟ ଚାର୍ଜସିଟ୍ ପ୍ରସ୍ତୁତ କରିଛି।

Advertisment

ସୂଚନା ଅନୁସାରେ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟରେ ୧୦୦ ସାକ୍ଷୀଙ୍କ ବୟାନ ରହିଛି। ମାସ ମାସ ଧରି ଫରେନ୍‌ସିକ୍ ତଦନ୍ତ ଓ ଇଲେକ୍‌ଟ୍ରୋନିକ୍ ପ୍ରମାଣ ଆଧାରରେ ଏହି ଡ୍ରାଫ୍ଟ ଚାର୍ଜସିଟ୍‌କୁ ପ୍ରସ୍ତୁତ କରିଛି ପୁଲିସ। ଏଥିସହ ପୁଲିସ ଅଫତାବ୍‌ଙ୍କ ସ୍ୱୀକାରୋକ୍ତି, ତାଙ୍କ ନାର୍କୋ ପରୀକ୍ଷା ଫଳାଫଳ, ଫୋରେନ୍‌ସିକ୍ ଟେଷ୍ଟ୍ ରିପୋର୍ଟ କଥା ବି ଚାର୍ଜସିଟ୍‌ରେ ରହିଛି। ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇସାରିଛି ଯେ ଛତରପୁର ଜଙ୍ଗଲରୁ ଜବତ ହୋଇଥିବା ହାଡଖଣ୍ଡ ଶ୍ରଦ୍ଧାର ଥିଲା। ଏସବୁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ସମ୍ପ୍ରତି ଏହି ଡ୍ରାଫ୍ଟ ଚାର୍ଜସିଟ୍‌କୁ ଏବେ ଆଇନ ବିଶେଷଜ୍ଞମାନେ ସମୀକ୍ଷା କରୁଛନ୍ତି।

ଗତବର୍ଷ ନଭେମ୍ବର ମାସରୁ ଅଭିଯୁକ୍ତ ଅଫ୍‌ତାବ୍ ବିଚାର ବିଭାଗୀୟ ହାଜତରେ ଅଛି। ହଠାତ୍ ରାଗରେ ନିଜ ହିତାହିତ ଜ୍ଞାନ ଭୁଲିଯାଇ ନିଜ ଲିଭ୍‌ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିଥିଲା ବୋଲି ଅଫତାବ୍ ପୂର୍ବରୁ ଦିଲ୍ଲୀର ଏକ ଅଦାଲତଙ୍କୁ କହିଥିବା କଥା ଜଣାପଡିଛି।

Advertisment

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଦିଲ୍ଲୀ ମେହରୌଲି ଅଞ୍ଚଳରେ ୨୮ ବର୍ଷିୟ ଅଫତାବ ନିଜ ଲିଭ୍‌ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରି ତାଙ୍କ ଶବକୁ ହାଣି ୩୫ ଖଣ୍ଡ କରିଥିଲା। ମର ଶରୀର ଖଣ୍ଡଗୁଡିକ ସେ ନିଜ ଘରେ ଥିବା ୩୦୦ ଲିଟରର ଏକ ଫ୍ରିଜରେ ୩ ସପ୍ତାହ ରଖିଥିଲା। ପ୍ରତିଦିନ ଶ୍ରଦ୍ଧାଙ୍କ ମରଶରୀର ଖଣ୍ଡଗୁଡିକରୁ ଗୋଟିଏ ଦୁଇଟି ଲେଖାଏଁ ନେଇ ଦିଲ୍ଲୀ ବିଭିନ୍ନ ଅଞ୍ଚଳରେ ଫିଙ୍ଗୁଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe