Advertisment

ରେସଲରଙ୍କ ବିରୋଧରେ ରୁଜୁ ଏଫଆଇଆରର ପ୍ରତ୍ୟାହାର

ସେମାନଙ୍କୁ ଦିଲ୍ଲୀ ପୁଲିସ୍‌ ଅଟକାଇବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ସମସ୍ତଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା।

author-image
Hemant Lenka
wrestlers

wrestlers

କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରିବା ବେଳେ ଦେଶର ଷ୍ଟାର ରେସଲରମାନଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ଦିଲ୍ଲୀ ପୁଲିସ୍‌ ଆଜି ପ୍ରତ୍ୟାହାର କରି ନେଇଛି। ମେ’ ୨୮ ତାରିଖରେ ରେସଲରମାନେ ବ୍ରିଜ ଭୂଷଣଙ୍କ ଗିରଫ ଦାବିରେ ସଂସଦର ନୂଆ ବିଲଡିଂ ଅଭିମୁଖେ ଯାଉଥିଲେ।

Advertisment

ସେମାନଙ୍କୁ ଦିଲ୍ଲୀ ପୁଲିସ୍‌ ଅଟକାଇବାରୁ ଦୁଇ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ସମସ୍ତଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ତେବେ ଦିନକ ପରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ଭଳି ଷ୍ଟାର ରେସଲରମାନଙ୍କ ବିରୋଧରେ ବିଭିନ୍ନ ଦଫାରେ ଏଫଆଇଆର ରୁଜୁ କରିଥିଲା।

ଦେଶକୁ ଗର୍ବିତ କରିଥିବା ରେସଲରମାନଙ୍କ ବିରୋଧରେ ପୁଲିସର ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲେ। ସେହିପରି ରେସଲରମାନେ ମଧ୍ୟ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ବେଳେ ଦିଲ୍ଲୀ ପୁଲିସ୍‌ ରୁଜୁ କରିଥିବା ଏଫଆଇଆର ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ।

Advertisment

ଏବେ ଉକ୍ତ ଦାବିକୁ ଆଧାର କରି ଦିଲ୍ଲୀ ପୁଲିସ୍‌ ରେସଲରମାନଙ୍କ ବିରୋଧରେ ରୁଜୁ କରିଥିବା ସମସ୍ତ ଏଫଆଇଆରକୁ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି। 

Protest Indian Wrestler Brij Bhushan Sharan Singh