Advertisment

ନ୍ୟୁଜ୍‌ କ୍ଲିକ୍‌ ମାମଲା: ଗୌତମ ନବଲଖାଙ୍କୁ ମୁମ୍ବାଇରେ ଜେରା କରିବ ପୁଲିସ

ଚୀନ୍‌ରୁ ହୋଇଥିବା ଫଣ୍ଡିଂ ଓ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହ ଆଇଏସ୍‌ଆଇ ଲିଙ୍କକୁ ନେଇ ଗୌତମ ନବଲଖାଙ୍କୁ ପୁଲିସ ପ୍ରଶ୍ନ କରିବ।

Gautam Navlakha

Gautam Navlakha

Advertisment

ବହୁ ଚର୍ଚ୍ଚିତ ନ୍ୟୁଜ୍‌କ୍ଲିକ୍‌ ମାମଲାରେ ବଢ଼ିଲା ସାମାଜିକ କର୍ମୀ ଗୌତମ ନବଲଖାଙ୍କ ଅଡୁଆ। ଏବେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ତାଙ୍କୁ ମୁମ୍ବାଇ ଯାଇ ପଚରାଉଚରା କରିବ। ସୂଚନା ମୁତାବକ, ଗୌତମ ନବଲଖାଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ଘରେ ପୁଲିସ ଜେରା କରିବ। ସ୍ପେଶାଲ ସେଲ୍‌ର ଜଣେ ଏସ୍‌ପି ରାଙ୍କଧାରୀ ପୁଲିସ ତାଙ୍କୁ ପଚରାଉଚରା କରିବେ।

Advertisment

ଚୀନ୍‌ରୁ ହୋଇଥିବା ଫଣ୍ଡିଂ ଓ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହ ଆଇଏସ୍‌ଆଇ ଲିଙ୍କକୁ ନେଇ ଗୌତମ ନବଲଖାଙ୍କୁ ପୁଲିସ ପ୍ରଶ୍ନ କରିବ। ସୟଦ ଗୁଲାମ ନବୀ ଫାଇଙ୍କ ସହ ସମ୍ପର୍କ ବିଷୟରେ ମଧ୍ୟ ପଚରାଉଚରା କରାଯିବ। ଉଲ୍ଲେଖଯୋଗ୍ୟ, ସୟଦ ଗୁଲାମଙ୍କୁ ମଧ୍ୟ ଏଫବିଆଇ ଗିରଫ କରିସାରିଛି। ସେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରୁହନ୍ତି।

ଭୀମା କୋରେଗାଓଁ ହିଂସା ମାମଲାରେ ମଧ୍ୟ ଗୌତମ ନବଲଖାଙ୍କ ନାଁ ସାମିଲ ଅଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏହି ମାମଲାର ତଦନ୍ତ କରୁଛି। ନବଲାଖା ଦୀର୍ଘ ଦିନ ଧରି ଗୃହବନ୍ଦୀ ହୋଇ ଅଛନ୍ତି। କେବଳ ସେତିକି ନୁହେଁ ଏଲଗାର ପରିଷଦ-ମାୱାଦୀ ସହ ସମ୍ପର୍କ ମାମଲାରେ ମଧ୍ୟ ଦୋଷୀ ଅଛନ୍ତି ନବଲଖା। ହେଟ୍‌ ସ୍ପିଚ୍‌ ଦେବା ମାମଲାରେ ନବଲଖାଙ୍କୁ ଅଗଷ୍ଟ ୨୦୧୮ରେ ଗିରଫ କରାଯାଇ ତାଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିଲା। ପରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ୨୦୨୦ରେ ତାଙ୍କୁ ନଓ୍ୱି ମୁମ୍ବାଇର ତଲୋଜା ଜେଲ୍‌ଙ୍କୁ ସ୍ଥାନାନ୍ତିର କରାଯାଇଥିଲା। ଏବେ ନବଲଖା ମହାରାଷ୍ଟର ଥାଣେ ଜିଲ୍ଲାର ନଓ୍ୱି ମୁମ୍ବାଇରେ ଘରେ ନଜରବନ୍ଦୀ ଭାବେ ଅଛନ୍ତି।

Advertisment

ସେହିଭଳି ନ୍ୟୁଜ୍‌କ୍ଲିକ୍‌ ମାମଲାରେ ଗତ ସପ୍ତାହରେ ମାନବ ଅଧିକାର କର୍ମୀ ତଥା ସାବରଙ୍ଗ ଇଣ୍ଡିଆ ମିଡିଆ ହାଉସର କୋ-ଏଡିଟର୍‌ ତିସ୍ତା ସିତଲବାଡା ଏବଂ ତାଙ୍କ ସ୍ୱାମୀ ଜାଭେଦ ଆନନ୍ଦଙ୍କୁ ମଧ୍ୟ ସ୍ପେଶାଲ ସେଲ ଟିମ୍‌ ମୁମ୍ବାଇରେ ପଚରାଉଚରା କରିଥିଲା। ନିକଟରେ ଆତଙ୍କବାଦ ବିରୋଧୀ ଆଇନ UAPA ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟସ୍ତ ଏବଂ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍ ଗିରଫ କରିଥିଲା।

Mumbai Police NewsClick Gautam Navlakha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe