Advertisment

ଆଜି କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ୍‌

ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ସିଏମ୍‌ ହାଉସ୍‌ରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୁଲିସ୍‌।

Delhi cm Arvind kejriwals

Delhi cm Arvind kejriwals

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ଆଜି ପଚରାଉଚରା କରିବ ଦିଲ୍ଲୀ ପୁଲିସ୍‌ । ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ସିଏମ୍‌ ହାଉସ୍‌ରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିବ ପୁଲିସ୍‌। ଏଥିନିମନ୍ତେ ପୂର୍ବାହ୍ନ ୧୧ଟା୩୦ ମିନିଟ୍‌ର ସମୟ ଦିଆଯାଇଥିବା ଜଣାଯାଇଛି।

Advertisment

ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ତାଙ୍କୁ ଆକ୍ରମଣ କରିଥିବା ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ। ଦିଲ୍ଲୀ ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବୈଭବ କୁମାରଙ୍କୁ  ଗିରଫ କରି ସାରିଛି।

ଉକ୍ତ ସମୟରେ କେଜ୍ରିୱାଲଙ୍କ ପିତାମାତା ଘରେ ଥିବାରୁ ଦିଲ୍ଲୀ ପୁଲିସ୍ ଆଜି ସେମାନଙ୍କୁ ପଚରାଉଚରା କରିବାକୁ ଯିବ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାରେ ଉକ୍ତ ସମୟରେ ଉପସ୍ଥିତ ସମସ୍ତଙ୍କ ବୟାନ ରେକର୍ଡ କରିବାର ପ୍ରକ୍ରିୟା ଆରମ୍ଭ କରିଛି।

Advertisment

କେଜ୍ରିୱାଲ ଗତକାଲି ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦିଲ୍ଲୀ ପୁଲିସ୍‌ ଏବେ ମୋ’ ବୃଦ୍ଧ ଓ ବେମାର ପିତାମାତାଙ୍କୁ ପଚରାଉଚରା କରିବ ।

ସ୍ୱାତୀ ମାଲିୱାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦେଇଥିବା ବୟାନରେ ୧୩ ତାରିଖରେ ସେ ସିଏମ୍‌ ହାଉସ୍‌ ଯାଇଥିବା ବେଳେ କେଜ୍ରିୱାଲଙ୍କ ମାତାପିତା ଓ ପତ୍ନୀ ବ୍ରେକଫାଷ୍ଟ କରୁଥିଲେ। ସେମାନଙ୍କୁ ଅଭିବାଦନ ଜଣାଇବା ପରେ ସ୍ୱାତୀ ଡାଇନିଂ ହଲ୍‌ ଯାଇଥିଲେ। ସେଠାରେ ବୈଭବ କୁମାରଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିବା ବେଳେ ସେ ତାଙ୍କୁ ମାରଧର କରିଥିଲେ ବୋଲି ପୁଲିସ୍‌ ସମ୍ମୁଖରେ କହିଥିଲେ। 

ଗତକାଲି ପ୍ରଥମ ଥର ଏହି ମାମଲାରେ ପ୍ରତିକ୍ରିୟା ରଖିଥିଲେ ଆପ୍‌ର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ପୂରା ଘଟଣାରେ ନିରପେକ୍ଷ ତଦନ୍ତ ହେବ ବୋଲି ଆଶା ରଖିଥିବା କହିଥିଲେ । ଏହି ଘଟଣାର ଦୁଇଟି ଦିଗ ରହିଛି। ପୁଲିସ୍‌ ଉଭୟ ଦିଗକୁ ଭଲ ଭାବେ ଯାଞ୍ଚ କରିବା ଉଚିତ। ନ୍ୟାୟ ହେବା ଦରକାର ବୋଲି କହିଥିଲେ କେଜ୍ରିୱାଲ ।

Delhi Arvind Kejriwal Swati Maliwal Assault Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe