Advertisment

ବିଷ ବଳୟରେ ଦିଲ୍ଲୀ, ନେଇ ହେଉନି ନିଶ୍ୱାସ !

ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।

author-image
Manoj Swain

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟ ହେଉଛି। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।

Advertisment
Delhi Pollution