Advertisment

ବିଷାକ୍ତ ହେଉଛି ବାୟୁ, ପୁଣି ଲାଗୁ ହେଲା ଅଡ୍‌-ଇଭେନ୍‌

ରାଜଧାନୀରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ୍‌ କାର୍‌ ଉପରେ ବ୍ୟାନ୍‌ ଲଗାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Odd Even

Odd Even

ଦିଲ୍ଲୀରେ ଦିନକୁ ଦିନ ବାୟୁ ବିଷାକ୍ତ ହେବାରେ ଲାଗିଛି। ଏଠାରେ ପ୍ରଦୂଷଣ ମାତ୍ରା ଢ଼େର ବଢ଼ି ଯାଇଛି। ସ୍ଥିତି ଏପରି ହୋଇଛି ଯେ, ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ ହେଉନାହିଁ। କବେଳ ସେତିକି ନୁହେଁ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଏବେ ପୁଣିଥରେ ଅଡ୍-ଇଭେନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।

Advertisment

ଆସନ୍ତା ନଭେମ୍ବର ୧୩ ତାରୁଖରୁ ଦେଶର ରାଜଧାନୀ ଦିଲ୍ଲୀରେ ଅଡ୍‌-ଇଭେନ୍ ଲାଗୁ କରାଯିବ। ଏହା ୨୦ ନଭେମ୍ବର ଯାଏଁ ରହିବ। ଏହି ସମୟରେ ରାଜଧାନୀରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ୍‌ କାର୍‌ ଉପରେ ବ୍ୟାନ୍‌ ଲଗାଯାଇଛି। ରାଜ୍ୟରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଆଜି ବସିଥିବା ବୈଠକରେ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀରେ ଏବେ କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ ହେବ ନାହିଁ। ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ କରିବକୁ ଘୋଷଣା ହୋଇସାରିଥିବା ବେଳେ ଆଜି ଷଷ୍ଠ ଠାରୁ ଏକଦାଶ ଯାଏଁ ଶ୍ରେଣୀ ଆସନ୍ତା ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସମସ୍ତ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ କରିବାକୁ ବିକଳ୍ପ ଦିଆଯାଇଛି।

Advertisment

ପରିବେଶ ମନ୍ତ୍ରୀ କହିଛନ୍ତି ଯେ ଦୀର୍ଘକାଳୀନ ଯୋଜନା ଅନୁଯାୟୀ ଚଳିତ ବର୍ଷ ୩୬୫ ଦିନ ମଧ୍ୟରୁ ୨୦୬ ଦିନ ଦିଲ୍ଲୀର ବାୟୁ ସ୍ୱଚ୍ଛ ଥିଲା। ଏହାର ଅର୍ଥ ହେଉଛି ଦୀର୍ଘକାଳୀନ କାର୍ଯ୍ୟର ପ୍ରଭାବ ଦେଖିବାକୁ ମିଳୁଛି। ଅକ୍ଟୋବର ୩୦ ପର ଠାରୁ, ବାୟୁ ସ୍ତର କ୍ରମାଗତ ଭାବରେ କମ୍ ରହିଆସିଛି, ଏହି କାରଣରୁ AQI ବୃଦ୍ଧି ପାଉଛି। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ସମସ୍ତ ବିଭାଗକୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ଦିଲ୍ଲୀର ପ୍ରଦୂଷଣ ମୁକାବିଲା ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

Delhi Delhi Pollution Air Pollution