Advertisment

ବିଷ ବଳୟରେ ଦିଲ୍ଲୀ, ୨ ଦିନ ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଛୁଟି

ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟ ହେଉଛି।

Pollution in delhi

Pollution in delhi

Advertisment

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟ ହେଉଛି।

Advertisment

ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି। ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି। ଏଥିସହ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ ଲାଗିଛି କଟକଣା । କେନ୍ଦ୍ରୀୟ ବାୟୁର ମାନ ପରିଚାଳନା କମିଟି ପକ୍ଷରୁ ଏହି କଟକଣା ଜାରି କରାଯାଇଛି।

Advertisment

ଆଗାମୀ ୧୫ ଦିନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏୟାର କ୍ୱାଲିଟି ସିଭିୟର ବା ୪ଶହରୁ ଅଧିକ AQI ରେକର୍ଡ ହୋଇଥିବା ଅଞ୍ଚଳରେ ଆଗାମୀ ୫ ଦିନ ପାଇଁ ସମସ୍ତ ନିର୍ମାଣକାମ ବନ୍ଦ କରାଯାଇଛି।

ହରିୟାଣାରୁ ଡିଜେଲ୍ ବସ୍ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି। ଇଭି, ସିଏନଜି ଓ ବିଏସ୍-6 ବସ୍ ଚଳାଚଳ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଠିକାରେ ୧ ହଜାର ସିଏନଜି ବସ୍ ଦିଲ୍ଲୀକୁ ଅଣାଯିବ ବୋଲି ସୂଚନା ମିଳିଛି। ଏଥିସହ ପାଳ ପୋଡ଼ିବା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Delhi Delhi Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe