Advertisment

କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍‌ ହୋମ୍‌ ଲାଗୁ, ଅଫିସ୍‌ ଆସିବେ ୫୦% କର୍ମଚାରୀ

ବାୟରୁ ଗୁଣବତ୍ତା ୫୦୦ ପାର୍‌ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Delhi Pollution

Delhi Pollution

Advertisment

କଲବଲ କରୁଛି ପ୍ରଦୂଷଣ। ବିଷ ପାଲଟି ଗଲାଣି ବାୟୁ। ଧୂଳି ଓ ଧୂଆଁର ମୋଟା ଚାଦର ତଳେ ରାଜଧାନୀ ଦିଲ୍ଲୀ। ପ୍ରଦୂଷଣ ଲାଗି ଘରୁ ବାହାରିବା ହୋଇପଡିଛି ମୁସ୍‌କିଲ। ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ବାୟରୁ ଗୁଣବତ୍ତା ୫୦୦ ପାର୍‌ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସରକାରୀ କର୍ମଚାରୀଙ୍କୁ ଘରକୁ କାମ କରୁବାକୁ ଦିଲ୍ଲୀ ସରକାର କହିଛନ୍ତି।

Advertisment

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ସହରର ଜଳବାୟୁ ବିଷାକ୍ତ ହୋଇଥିବାର ଦେଖି ଦିଲ୍ଲୀ ସରକାର ବର୍ତ୍ତମାନ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାରୀ ଅଫିସଗୁଡିକରେ ଓ୍ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ୫୦% କର୍ମଚାରୀ ଘରୁ କାମ କରିବେ।

କହିରଖୁ, ପୂର୍ବରୁ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଘରୁ କାମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍‌ସିଆର୍‌ରେ ସମସ୍ତ ସ୍କୁଲ କଲଜେ ମଧ୍ୟ ମଧ୍ୟ ରହିଛି। ଅନ୍‌ଲାଇନ୍‌ କ୍ଳାସ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦିଆଯାଇଛି।

Advertisment

ଦିଲ୍ଲୀରେ ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ। ଆଖିପୋଡିବା ସହ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଲଗାତାର ଭାବେ ୮ ଦିନ ହେବ ଏକ୍ୟୁଆଇ ସାଂଘାତିକ ସ୍ତରରେ ପହଞ୍ଚିଛି। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି)-୪ ଲାଗୁ କରାଯାଇଛି। ଏହାର ବ୍ୟବହାରକୁ ନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୁଲିସ ମଙ୍ଗଳବାର ରାତିରେ ପେଟ୍ରୋଲିଂ କରିବା ସହ ବିଭିନ୍ନ ଯାନ ଯାଞ୍ଚ କରିଥିଲା।

ସେପଟେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ ଦିଲ୍ଲୀ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗତକାଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଏକ ଚିଠି ଜରିଆରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ମୋଦିଙ୍କୁ ନିବେଦନ କରିଥିଲେ।

Delhi Air Crisis Delhi Air Pollution Work From Home
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe