Advertisment

ସିସୋଦିଆଙ୍କୁ ହତ୍ୟା ଯୋଜନା ଅଭିଯୋଗକୁ ଖଣ୍ଡନ କଲା ତିହାର ଜେଲ ପ୍ରଶାସନ

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି।

author-image
Tapas Behera
undefined

Manish Sisodia

ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ନେତା(ଆପ) ମନୀଷ ସିସୋଦିଆଙ୍କୁ ଜେଲରେ ହତ୍ୟା ଯୋଜନା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ତିହାର ଜେଲ ପ୍ରଶାସନ ଖଣ୍ଡନ କରିଛି। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଶୁକ୍ରବାର ସିସୋଦିଆଙ୍କ ଜାମିନ ଶୁଣାଣି ରହିଛି। ତିହାର ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସିସୋଦିଆଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ସେ ରହୁଥିବା ସେଲରେ କୁଖ୍ୟାତ ଅପରାଧୀ ବା ଗ୍ୟାଙ୍ଗଷ୍ଟର ରହୁ ନାହାନ୍ତି। ଯେଉଁ କଏଦୀମାନେ ଅଛନ୍ତି ସେମାନଙ୍କ ବ୍ୟବହାର ଭଲ ବୋଲି ଜେଲ ପ୍ରଶାସନ କହିଛି। ପୂର୍ବରୁ ଆପ୍‌ ଅଭିଯୋଗ କରିଥିଲା ଯେ, ସିସୋଦିଆଙ୍କୁ କୁଖ୍ୟାତ ଅପରାଧୀଙ୍କ ଗହଣରେ ରଖାଯାଇଛି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏମିତିକି ଜେଲ ଭିତରେ ତାଙ୍କୁ ହତ୍ୟା ପାଇଁ ଯୋଜନା ହୋଇଥିବା ଦଳ ଅଭିଯୋଗ ଆଣିଛି। ତାଙ୍କ ପାଇଁ ଅଲଗା ସେଲର ବ୍ୟବସ୍ଥା କରିବାକୁ ଆପ ଦାବି କରିଥିଲା। ଜେଲର ନିୟମ ଅନୁଯାୟୀ ସବୁ କଏଦୀଙ୍କ ସୁରକ୍ଷା ଲାଗି ପ୍ରଶାସନ ନିଶ୍ଚିତ କରିବା ଉଚିତ ବୋଲି ଆପ କହିଥିଲା।

Advertisment

ଆପ ମୁଖପାତ୍ର ତଥା ବିଧାୟକ ସୌରଭ ଭରଦୱାଜ୍‌ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ କହିଛନ୍ତି ଯେ, ବିଜେପି ହିଂସାତମ ରାଜନୈତିକ ପ୍ରତିଶୋଧକୁ ବିଶ୍ୱାସ କରେ। କିନ୍ତୁ ବିଜେପି ଆମକୁ ଦିଲ୍ଲୀରେ ହରାଇ ପାରିବନି। ଆମକୁ ଏମସିଡି ନିର୍ବାଚନରେ ହରେଇ ପାରିଲେ ନାହିଁ। ଆପଣଙ୍କ ସବୁ ଷଡ଼ଯନ୍ତ୍ର ସତ୍ତ୍ୱେ ଆମ ଦଳର ମେୟର ଓ ଡେପୁଟି ମେୟର ବିଜୟୀ ହେଲେ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ସମସ୍ତେ ଦେଖୁଛନ୍ତି ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, ମାର୍ଚ୍ଚ ୨୦ପର୍ଯ୍ୟନ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ।

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରି ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ ।

Advertisment
Delhi