Advertisment

ସ୍କୁଲରେ ଅଛି ବୋମା, ଏପରି ଧମକ ପରେ ଖାଲି ହେଲା ସ୍କୁଲ

ସ୍କୁଲରେ ପିଲା ପାଠ ପଢ଼ୁଥିବା ବେଳେ ହଠାତ୍‌ ଆସିଲା ବୋମା ଧମକ । ସ୍କୁଲରେ ବୋମା ଖଞ୍ଜା ଯାଇଥିବା ଓ ଏହା ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ହେବ ବୋଲି ଆସିଲା ଇ-ମେଲ୍‌।

author-image
Niharika Rout
bomb threat

bomb threat

ସ୍କୁଲରେ ପିଲା ପାଠ ପଢ଼ୁଥିବା ବେଳେ ହଠାତ୍‌ ଆସିଲା ବୋମା ଧମକ । ସ୍କୁଲରେ ବୋମା ଖଞ୍ଜା ଯାଇଥିବା ଓ ଏହା ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରଣ ହେବ ବୋଲି ଆସିଲା ଇ-ମେଲ୍‌। ଏହାପରେ ସମଗ୍ର ସ୍କୁଲ ପରିସରରେ ଧାଁଦୌଡ଼ ଆରମ୍ଭ ହେବା ସହ ପିଲାଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଦିଲ୍ଲୀର ମଥୁରା ରୋଡସ୍ଥିତ ଡିପିଏସ୍‌ ସ୍କୁଲକୁ ଆଜି ସକାଳେ ମିଳିଛି ବୋମା ଧମକ ।

Advertisment

ଆଜି ସକାଳେ କ୍ଲାସ ଚାଲିଥିବା ବେଳେ ହଠାତ୍‌ ସ୍କୁଲର ମେଲ୍‌ ଆଇଡିକୁ ଆସିଲା ଧମକପୂର୍ଣ୍ଣ ଇମେଲ୍‌ । ସ୍କୁଲରେ ବୋମା ଥିବା ନେଇ ଇ-ମେଲ୍‌ରେ ସୂଚନା ଦିଆଯିବା ପରେ ତୁରନ୍ତ କର୍ତ୍ତୃପକ୍ଷ ସ୍କୁଲକୁ ଖାଲି କରି ଦେଇଛନ୍ତି। ଖବର ପାଇ ବମ୍‌ ସ୍କ୍ୱାର୍ଡ ସହ ଦିଲ୍ଲୀ ପୁଲିସ୍‌ର ଏକ ଟିମ୍‌ ବି ସ୍କୁଲରେ ପହଞ୍ଚି ତନ ତନ ଯାଞ୍ଚ କରୁଛନ୍ତି।

ଏହା ପୂର୍ବରୁ ଗତ ୧୨ ତାରିଖରେ ଦିଲ୍ଲୀର ଡିଫେନ୍ସ କଲୋନୀ ଥାନା ଅଞ୍ଚଳରେ ଥିବା ଇଣ୍ଡିଆନ ସ୍କୁଲ ପରିସରରେ ବୋମା ଥିବା ସୂଚନା ମିଳିଥିଲା । ତୁରନ୍ତ ସ୍କୁଲକୁ ଖାଲି କରାଯିବା ସହ ଯାଞ୍ଚ କରାଯିବା ପରେ କୌଣସି ବୋମା ମିଳି ନ ଥିଲା। ଏବେ ପୁଣି ଥରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି।

Advertisment

 ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ନିଜ ପିଲାଙ୍କ ସୁରକ୍ଷା ପାଇଁ ଚିନ୍ତାରେ ଅଭିଭାବକ ।

Delhi School Bomb Threat