Advertisment

ଉବୁଟୁବୁ ଦିଲ୍ଲୀ, ବର୍ଷା ପାଣିରେ ଭାସିଗଲେ ଦୁଇ ପିଲା

ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ଦୁଇ ପିଲା ଭାସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Delhi Rain

Delhi Rain

Advertisment

ଉବୁଟୁବୁ ରାଜଧାନୀ। ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ। ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି। ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା। ସବୁଠି ପାଣି ଆଉ ପାଣି। ସେପଟେ ନ୍ୟୁ ଉସମାନପୁର ଅଞ୍ଚଳରେ ବର୍ଷା ପାଣିରେ ଦୁଇ ପିଲା ଭାସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଛି।

Advertisment

ବର୍ଷା ଜଳରେ ବେହାଲ ହୋଇ ପଡ଼ିଛି ଦିଲ୍ଲୀ ମହାନଗରୀ। ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଛି। ଏପରିକି ଲୋକଙ୍କ ଘରେ ମଧ୍ୟ ପଣି ପଶିଯିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପିରିକି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶିଙ୍କ ଘରେ ମଧ୍ୟ ପାଣି ପଶିଯାଇଥିବା ସୂଚନା ରହିଛି।

ଗତ ଦୁଇ ମାସ ଧରି ରାଜଧାନୀରେ ପ୍ରବଳ ଗରମରେ ଆଉଟୁ ପାଉଟୁ ହେଉଥିଲେ ଲକେ। ମୌସୁମୀ ପାଇଁ ତରସି ଯାଇଥିବା ଦିଲ୍ଲୀବାସୀଙ୍କୁ ତାତିରୁ ତ୍ରାହି ମିଳିଛି ସତ ହେଲେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ଶୁକ୍ରବାର ଦିନ ଦିଲ୍ଲୀରେ ଗତ ତିନି ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Advertisment

ଅନେକ ଗାଡି ପାଣିରେ ବୁଡି ଯିବା ଲାଗି ଲୋକେ ଯତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି। ଦିଲ୍ଲୀ ବିଭିନ୍ନ ଭିଆଇପି ଅଞ୍ଚଳରେ ମଧ୍ୟ ପାଣି ପଶିଛି। ସେପଟେ ଏହାକୁ ଦୃଷ୍ଟିରେ ରଖି ଡିଟିସି ଟିମ୍‌କୁ ଅଣ୍ଡରପାସ୍‌ରେ ନିୟୋଜିତ କରାଯାଇଥିବା ପରିବହନ ମନ୍ତ୍ରୀ କୌଳାଶ ଗେହଲଟ ସୂଚନା ଦେଇଛନ୍ତି। ଅନ୍ୟପଟେ ସ୍ଥିତିର ଅନୁଧ୍ୟାନ ପାଇଁ ଏଲ୍‌ଜି ଭିକେ ସାକ୍ସେନା ମଧ୍ୟ ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ସ୍ଥିତି ସୁଧାରିବା ପାଇଁ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସ୍ଥାପିତ କରିବା ପାଇଁ ଓ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିଠୁ ଦୁଇ ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଇଏମଡି । ଅଧିକ ବର୍ଷା ହେଲେ ସ୍ଥିତି ଆହୁରି ଭୟଙ୍କର ହେବା ଆଶଙ୍କା ରିହଛି।

Delhi Rain Delhi Water Logging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe