Advertisment

ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି

ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।

Rain in Delhi

Rain in Delhi

Advertisment

ଡିସେମ୍ବର ମାସରେ ଅଦିନିଆ ବର୍ଷା ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ସଫଦରଜଙ୍ଗରେ ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୪୧. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀ ଇତିହାସରେ ଡିସେମ୍ବର ମାସରେ ଗୋଟିଏ ଦିନରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ବର୍ଷା। ଏହାପୂର୍ବରୁ, ୩ ଡିସେମ୍ବର ୧୯୨୩ରେ ଗୋଟିଏ ଦିନରେ ସର୍ବକାଳୀନ ରେକର୍ଡ ୭୫.୭ ମିମି ବର୍ଷା ହେଇଥିଲା। ତେବେ ଆଜି ରେକର୍ଡ ହୋଇଥିବା ବର୍ଷା ୧୦୧ ବର୍ଷରେ ଏକ ରେକର୍ଡ।

Advertisment

ଏହାପୂର୍ବରୁ ଦିଲ୍ଲୀରେ ଶୁକ୍ରବାର ପର୍ଯ୍ୟନ୍ତ ୧୫ ବର୍ଷ ମଧ୍ୟରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ଏହି କାରଣରୁ ଗତକାଲି ସହରର ସର୍ବାଧିକ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ହ୍ରାସ ପାଇ ୧୪.୬ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା। ଏହି କାରଣରୁ, ଗତ ୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଥଣ୍ଡା ଦିନ ରେକର୍ଡ ହୋଇଥିଲା। ଆଜି(ଶନିବାର) ମଧ୍ୟ ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ତେବେ ଏହି ଲଗାଣ ବର୍ଷା ମଧ୍ୟରେ ଭଲ ଖବର ହେଉଛି ଯେ ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।

କେନ୍ଦ୍ର ପ୍ରଦୂଷଣ ସୂଚକାଙ୍କ ବୋର୍ଡ(CPCB) ଅନୁଯାୟୀ ଆଜି ଦିଲ୍ଲୀର ବାୟୁ ଗୁଣବତ୍ତା 'ମଧ୍ୟମ' ବର୍ଗକୁ ଆସିଛି, ଯାହା ଗତ କିଛି ଦିନ ହେବ 'ସିଭିୟର' ବର୍ଗରେ ଥିଲା। ସିପିସିବି ତଥ୍ୟ ଅନୁଯାୟୀ, ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ଆଜି ୧୭୯ ରେକର୍ଡ ହୋଇଛି, ଯାହା ଗତକାଲି ପର୍ଯ୍ୟନ୍ତ ୩୦୦ରୁ ଅଧିକ ଥିଲା। ଅନ୍ୟପଟେ ଶନିବାର ଓ ରବିବାର ପାଇଁ ମଧ୍ୟ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଲଗାଣ ବର୍ଷା ପ୍ରଭାବରେ ଦିଲ୍ଲୀ-ଏନସିଆରରେ ତାପମାତ୍ରା ମଧ୍ୟ କମ ରହିବା ଆଶଙ୍କା କରାଯାଉଛି। ସେପଟେ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି। 

Advertisment
Delhi Rain Delhi Air Pollution Record Rain In Delhi Weather Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe