Advertisment

ରାଜଧାନୀରେ କରୋନା ସଂକ୍ରମଣ ୧୩ ଶହ ପାର, ଟିପିଆର ୩୦% ଡେଇଁଲା

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନରେ କହିଛି ଯେ ୨୪ ଘଣ୍ଟା ମଧ୍ୟରେ ୧୩୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଟିପିଆର ୩୧.୯% ରହିଛି।

undefined

Corona

Advertisment

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି। ଦିନକରେ ରାଜଧାନୀରୁ ୧୩ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦୈନିକ ପଜିଟିଭିଟି ରେଟ ବା ଟିପିଆର ୩୦% ପାର କରିଯିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନରେ କହିଛି ଯେ ୨୪ ଘଣ୍ଟା ମଧ୍ୟରେ ୧୩୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଟିପିଆର ୩୧.୯% ରହିଛି। କରୋନା ମୃତ୍ୟୁ ତାଲିକାରେ ଆଉ ୫ ଜଣଙ୍କ ନାଁ ଯୋଡ଼ି ହୋଇଯାଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬,୫୬୦କୁ ବୃଦ୍ଧି ପାଇଛି।

ବିଭାଗ ସ୍ପଷ୍ଟ କରିଛି ଯେ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ପୂର୍ବରୁ ପ୍ରାଣ ହରାଇଥିବା ୪ ଜଣଙ୍କୁ ଯାଞ୍ଚ ପରେ କରୋନା ମୃତ୍ୟୁ ତାଲିକାରେ ସାମିଲ କରାଯାଇଛି।

Advertisment

ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିଲ୍ଲୀରେ ଆକ୍ଟିଭ କେସ୍‌ ସଂଖ୍ୟା ୪,୬୩୧କୁ ବୃଦ୍ଧି ପାଇଛି। ସେହିପରି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୨୧,୫୯୩ରେ ପହଞ୍ଚିଛି।

୨୪ ଘଣ୍ଟାରେ ୧୦୭୧ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ଦିନକରେ ମୋଟ ୩,୯୦୬ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ କେବଳ ୪୭୦ଟି ରାପିଡ ଆଣ୍ଟିଜେନ ଓ ବାକି ସବୁ ନମୁନାର ଆରଟିପିସିଆର ଟେଷ୍ଟ ହୋଇଛି।

ଦୀର୍ଘ ୭ ମାସ ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ ହଜାର ପାର କରିଛନ୍ତି। ଗତବର୍ଷ ଅଗଷ୍ଟ ୧୯ରେ ଶେଷଥର ପାଇଁ ୧୪୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଟିପିଆର ୭.୫୩% ଓ ସେହିଦିନ ୩ ଜଣ କରୋନାରେ ପ୍ରାଣ ହରାଇଥିଲେ।

Delhi Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe