ଶେଷରେ ଫାସରେ ପଡ଼ିଲେ ‘ଲେଡି ଡନ୍’

ଜୋୟା ଖାନଙ୍କ ପାଇଁ ଅପରାଧ ଏକ ପାରିବାରିକ ବ୍ୟବସାୟ ଭଳି।

Zoya Khan

ଜୋୟା ଖାନ

Jitendra Garnayak
  • Published: Friday, 21 February 2025
  • Updated: 21 February 2025, 05:40 PM IST

Sports

Latest News

‍ବହୁ ବର୍ଷ ଧରି ଦିଲ୍ଲୀ ପୁଲିସ ପାଇଁ ଅପହଞ୍ଚ ହୋଇ ରହିଥିବା ‘ଲେଡି ଡନ୍’ ତଥା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଶିମ ବାବାର ପତ୍ନୀ ଜୋୟା ଖାନ ଶେଷରେ ଗିରଫ ହୋଇଛନ୍ତି। ହେରୋଇନ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୨୭୦ ଗ୍ରାମ ହେରୋଇନ ଜବତ କରାଯାଇଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧ କୋଟି ଟଙ୍କା।

୩୩ ବର୍ଷୀୟା ଜୋୟାଙ୍କ ଉପରେ ପୁଲିସ୍ ନଜର ରଖିଥିଲା। କିନ୍ତୁ ସେ ସବୁ ବେଳେ ପୁଲିସଠାରୁ ଗୋଟିଏ ପାଦ ଆଗରେ ଚାଲୁଥିଲେ। ସ୍ୱାମୀ ହାଶିମ ବାବା ଜେଲ୍‌ରେ ଥିବା ବେଳେ ତା’ର ଅପରାଧିକ ସାମ୍ରାଜ୍ୟକୁ ଜୋୟା ଚଲାଉଥିଲେ। ହାଶିମ ବାବାଙ୍କ ଗ୍ୟାଙ୍ଗକୁ ନେଇ ସେ ଏମିତି ଢଙ୍ଗରେ ଏହି ଅପରାଧିକ ସାମ୍ରାଜ୍ୟକୁ ଚଲାଉଥିଲେ ଯେ ଯେମିତି ଏହା ସହିତ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତିକୁ ନେଇ କିଛି ପ୍ରମାଣ ପୁଲିସ ପାଇବ ନାହିଁ। ଜୋୟାଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ହୋଇଥିବା ସତ୍ତ୍ୱେ ଠୋସ୍ ପ୍ରମାଣ ଅଭାବରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଗିରଫ କରିପାରୁ ନଥିଲା।

ହାଶିମ ବାବା ନାଁରେ ପୁଳା ପୁଳା ମାମଲା ରହିଛି। ହତ୍ୟାଠାରୁ ଆରମ୍ଭ କରି ବଟି ଆଦାୟ କରିବା ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ପର୍ଯ୍ୟନ୍ତ ଲମ୍ବିଛି ତା’ର କଳାକାରନାମା। ଜୋୟା ଖାନ ହେଉଛନ୍ତି ତାଙ୍କର ତୃତୀୟ ପତ୍ନୀ। ୨୦୧୭ରେ ହାଶିମ ବାବାକୁ ବିବାହ କରିବା ପୂର୍ବରୁ ଜୋୟା ଅନ୍ୟ ଜଣଙ୍କୁ ବାହା ହୋଇଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ସେ ହାଶିମ ବାବାକୁ ବାହା ହୋଇଥିଲେ। ନର୍ଥ ଇଷ୍ଟି ଦିଲ୍ଲୀରେ ହାଶିମ ବାବା ଓ ଜୋୟା ଖାନ ପଡ଼ୋଶୀ ଥିଲେ। ସେଠାରେ ଦେଖା ସାକ୍ଷାତରୁ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ୨୦୧୭ରେ ସେମାନେ ବିବାହ କରିଥିଲେ।

ଅପରାଧିକ ସାମ୍ରାଜ୍ୟ

ହାଶିମ ବାବା ଗିରଫ ହୋଇ ଜେଲ୍ ଯିବା ପରେ ତାଙ୍କ ଗ୍ୟାଙ୍ଗକୁ ଚଲାଉଥିଲେ ଜୋୟା ଖାନ। ହାଶିମଙ୍କ ଗ୍ୟାଙ୍ଗରେ ଜୋୟାଙ୍କ ଭୂମିକାକୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ବେଆଇନ ବ୍ୟବସାୟରେ ତା’ ଭଉଣୀ ହସୀନା ପାରକରର ଭୂମିକା ସହିତ ତୁଳନା କରାଯାଏ। ଦିନ ଥିଲା ଦାଉଦ୍‌ର ବେଆଇନ ବ୍ୟବସାୟଗୁଡ଼ିକୁ ହସୀନା ପରିଚାଳିତ କରୁଥିଲା। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ହାଶିମ ଗ୍ୟାଙ୍ଗର ବଟି ଆଦାୟ ଓ ନିଶା କାରବାରରେ ଜୋୟା ପୂରାପୂରି ସଂପୃକ୍ତ ଥିଲେ। ସେ ଏହି ସବୁ ବେଆଇନ କାମଗୁଡ଼ିକୁ ନିଜେ ପରିଚାଳନା କରୁଥିଲେ।

ଜୋୟା ଏକ ଅପରାଧିକ ସାମ୍ରାଜ୍ୟ ଚଲାଉଥିଲେ ମଧ୍ୟ ସେ ଅନ୍ୟ ମାଫିଆ ବସ୍‌ମାନଙ୍କଠାରୁ ଟିକେ ଭିନ୍ନ। ସେ ହାଇ-ଫ୍ରୋପାଇଲ ପାର୍ଟିରେ ସାମିଲ ହେଉଥିଲେ। ଦାମୀ ପୋଷାକ ପିନ୍ଧୁଥିଲେ। ନାମୀଦାମୀ ବ୍ରାଣ୍ଡର ଗାଡ଼ି ଚଢ଼ୁଥିଲେ। ସୋଶାଲ ମିଡିଆରେ ତା’ର ଉପସ୍ଥିତିରୁ ଏସବୁର ପ୍ରମାଣ ମିଳେ।

ହାଶିମ ବାବା ଦିଲ୍ଲୀର ତିହାର ଜେଲ୍‌ରେ ଥିବା ବେଳେ ଜୋୟା ନିୟମିତ ବ୍ୟବଧାନରେ ସେଠାକୁ ଯାଏ। ପୁଲିସର ସୂଚନା ଅନୁଯାୟୀ, ସେଠାରେ ଉଭୟଙ୍କ ମଧ୍ୟରେ ଅପରାଧିକ ସାମ୍ରାଜ୍ୟର ପରିଚାଳନା ଉପରେ ଆଲୋଚନା ହୁଏ। ସେମାନେ କୋଡ୍ ୱାର୍ଡରେ କଥାବାର୍ତ୍ତା ହୁଅନ୍ତି। ହାଶିମଙ୍କ ସହଯୋଗୀ ତଥା ଅନ୍ୟ ଅପରାଧୀଙ୍କ ସହିତ ଜୋୟା ସିଧାସଳଖ ଯୋଗାଯୋଗରେ ରହୁଥିଲେ।

ବର୍ଷ ବର୍ଷ ଧରି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଓ କ୍ରାଇମ ବ୍ରାଞ୍ଚ ଜୋୟାକୁ ଗିରଫ କରିବା ପାଇଁ ସଂଘର୍ଷ କରିଥିଲା। ଆଉ ଶେଷରେ ଚଳିତ ବର୍ଷ ସେମାନଙ୍କୁ ସଫଳତା ମିଳିଛି। ଗୁଇନ୍ଦା ରିପୋର୍ଟ ଆଧାରରେ ଜୋୟାଙ୍କୁ ନର୍ଥ ଇଷ୍ଟ ଦିଲ୍ଲୀର ୱେଲକମ୍‌ ଅଞ୍ଚଳରୁ ଗିରଫ କରାଯାଇଛି। ପାଖରେ ହେରୋଇନ ରଖିଥିବା ବେଳେ ଜୋୟାଙ୍କୁ ଗିରଫ କରାଯାଇଥିଲା। ସେ ଉତ୍ତର ପ୍ରଦେଶର ମୁଜାଫରନଗରରୁ ଏହି ହେରୋଇନ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଥିଲେ।

ନାଦିର ଶାହ ହତ୍ୟା ମାମଲାରେ ସଂପୃକ୍ତ ଶୁଟରମାନଙ୍କୁ ଜୋୟା ଲୁଚାଇ ରଖିଥିବା ପୁଲିସ ସନ୍ଦେହ କରୁଛି। ନାଦିର ଶାହ ଜଣେ ଜିମ୍ ମାଲିକ ଥିଲେ। ସେ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ-୧ ଅଞ୍ଚଳରେ ରହୁଥିଲେ। ତାଙ୍କୁ ୨୦୨୪ ସେପ୍ଟେମ୍ବର ମାସରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ଜୋୟାଙ୍କ ସ୍ୱାମୀ ହାଶିମ ବାବାଙ୍କ ସଂପୃକ୍ତି ମଧ୍ୟ ରହିଛି। 

ପାରିବାରିକ ପୃଷ୍ଠଭୂମି

ଜୋୟା ଖାନଙ୍କ ପାଇଁ ଅପରାଧ ଏକ ପାରିବାରିକ ବ୍ୟବସାୟ ଭଳି। ୨୦୨୪ରେ ତାଙ୍କ ମା’ ଗିରଫ ହୋଇଥିଲେ। ସେକ୍ସ ଟ୍ରାଫିକିଂରେ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଜାମିନରେ ଅଛନ୍ତି। ତାଙ୍କ ବାପା ଏକ ନିଶା ବେପାର କରୁଥିବା ନେଟୱର୍କ ସହିତ ସଂପୃକ୍ତ ଥିଲେ। ଜୋୟା ନର୍ଥ ଇଷ୍ଟ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ସ୍ୱାମୀ ହାଶିମ ବାବାଙ୍କ କଳା ସାମ୍ରାଜ୍ୟକୁ ପରିଚାଳିତ କରୁଥିଲେ। ତାଙ୍କ ଆଖପାଖରେ ସବୁ ବେଳେ ହାଶିମ ବାବାଙ୍କର ୪-୫ ଜଣ ବନ୍ଧୁକଧାରୀ ଘେରି ରହିଥା’ନ୍ତି। ହାଶିମ ବାବାଙ୍କ ଗ୍ୟାଙ୍ଗ ବିପୁଳ ବଟି ଆଦାୟ କରେ। ଆଉ ତା’ର ସିଂହ ଭାଗ ଯାଏ ଜୋୟା ଖାନଙ୍କ ଖାତାକୁ। ନର୍ଥ ଇଷ୍ଟ ଦିଲ୍ଲୀ ସହିତ କ୍ରିମିନାଲ ଗ୍ୟାଙ୍ଗଗୁଡ଼ିକର ସଂପର୍କ ବହୁ ପୁରୁଣା। ଏଠାରେ ଅନ୍ୟ ଗ୍ୟାଙ୍ଗଗୁଡ଼ିକ ମଧ୍ୟରେ ଚେନୁ ଗ୍ୟାଙ୍ଗ, ହାଶିମ ଗ୍ୟାଙ୍ଗ ଓ ନାସିର ପହଲୱାନ ଗ୍ୟାଙ୍ଗ ଅନ୍ୟତମ। ପ୍ରଥମେ ପ୍ରଥମେ ଏହି ଗ୍ୟାଙ୍ଗଗୁଡ଼ିକ ନିଶା କାରବାରରେ ସଂପୃକ୍ତ ଥିଲେ। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଲଢ଼େଇ ହେଲା ଓ ପରିଣାମ ସ୍ୱରୂପ ୨୦୦୭ ପରେ ଏକାଧିକ ହତ୍ୟାକାଣ୍ଡ ଘଟିଲା।

ଲରେନ୍ସ ବିଷ୍ଣୋଇ ସହିତ ସଂପର୍କ

ଗତ ବର୍ଷ ନାଦିର ଶାହ ହତ୍ୟାକାଣ୍ଡରେ ହାଶିମ ବାବାର ନାଁ ସାମ୍ନାକୁ ଆସିଥିଲା। ତିହାର ଜେଲରେ ଥିବା ହାଶିମ ବାବା ଏହି ଅଭିଯୋଗକୁ ସ୍ୱୀକାର କରିଥିବା କୁହାଯାଏ। ଏହା ସହିତ ଏହି ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇ (ତିହାର ଜେଲ୍‌ରେ ବନ୍ଦୀ ଥିବା ଅନ୍ୟତମ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର, ଯାହାର ଇସାରାରେ ଗାୟକ ସିଦ୍ଧୁ ମୁସେ ୱାଲାଙ୍କୁ ହତ୍ୟା କରାଯାଇଥିବା ତଥା ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ବାସଭବନ ଉପରକୁ ଗୁଳିମାଡ଼ କରାଯାଇଥିଲା)ର ସଂପୃକ୍ତି ଥିବା ହାଶିମ ବାବା କହିଥିଲା। ୨୦୨୧ରୁ ହାଶିମ ବାବା ଓ ଲରେନ୍ସ ବିଷ୍ଣୋଇ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ସେତେବେଳେ ଉଭୟ ଭିନ୍ନ ଭିନ୍ନ ଜେଲ୍‌ରେ ଥିବା ସତ୍ତ୍ୱେ ବେଆଇନ ଫୋନ୍ ମାଧ୍ୟମରେ ସେମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story