Advertisment

ପ୍ରଧାନମନ୍ତ୍ରୀ ଆମେରିକାରୁ ଫେରିବା ପରେ ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ!

ଶପଥ ଗ୍ରହଣ ଉତ୍ସବକୁ ବିଜେପି ବଡ଼ ଆକାରରେ ଆୟୋଜନ କରିବ ବୋଲି ଜଣାପଡ଼ିଛି।

PM Modi

PM Modi

Advertisment

ଦିଲ୍ଲୀରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି? ଏବେ ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି। କାରଣ ନିର୍ବାଚନ ପୂର୍ବରୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନଥିଲା। କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆମେରିକା ଗସ୍ତରୁ ଫେରିବା ପରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆସନ୍ତା ୧୨ ଓ ୧୩ରେ ଆମେରିକା ଗସ୍ତରେ ରହିବେ।

Advertisment

ଶପଥ ଗ୍ରହଣ ଉତ୍ସବକୁ ବିଜେପି ବଡ଼ ଆକାରରେ ଆୟୋଜନ କରିବ ବୋଲି ଜଣାପଡ଼ିଛି। କାରଣ ୨୭ ବର୍ଷ ବ୍ୟବଧାନରେ ଦଳ ଦିଲ୍ଲୀରେ ପୁଣି ସରକାର ଗଠନ କରିବାକୁ ଯାଉଛି। ଏହି ଶପଥ ଗ୍ରହଣ ଉତ୍ସବରେ ଏନ୍‌ଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।   

ଦିଲ୍ଲୀରେ ସରକାର ଗଠନ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆଜି ସନ୍ଧ୍ୟାରେ ଦିଲ୍ଲୀ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା, ଦଳର ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା ଓ ଜାତୀୟ ସାଂଗଠନିକ ସମ୍ପାଦକ ବିଏଲ୍‌ ସନ୍ତୋଷଙ୍କ ସହିତ ନବନିର୍ବାଚିତ ୪୮ ଜଣ ବିଧାୟକ ଉପସ୍ଥିତ ରହିବେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ଦିଲ୍ଲୀରେ ସରକାର ଗଠନ ଓ ଶପଥ ଗ୍ରହଣ ଉତ୍ସବ ନେଇ ଆଲୋଚନା ହୋଇଥିଲା।

Advertisment

ମୁଖ୍ୟମନ୍ତ୍ରୀ ରେସ୍‌ରେ ଏକାଧିକ ନାଁ ଶୁଣିବାକୁ ମିଳୁଥିଲେ ମଧ୍ୟ ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବା ପ୍ରଭେଶ ସାହିବ ସିଂହ ବର୍ମାଙ୍କ ନାଁ ସର୍ବାଗ୍ରେ ରହିଛି ବୋଲି କୁହାଯାଉଛି। ସେ ହେଉଛନ୍ତି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସାହିବ ସିଂହ ବର୍ମାଙ୍କ ପୁଅ। ପୂର୍ବରୁ ପ୍ରଭେଶ ଦୁଇ ଥର ସାଂସଦ ରହିସାରିଛନ୍ତି। ୱେଷ୍ଟ ଦିଲ୍ଲୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗତ ବର୍ଷ ତାଙ୍କୁ ଟିକେଟ ଦିଆଯାଇ ନଥିଲା। ତେଣୁ ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ନୂଆଦିଲ୍ଲୀ ଆସନରେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ୪ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଭେଶ କହିଥିଲେ, ଏହା କେବଳ ମୋର ବିଜୟ ନୁହେଁ। ଏହା ଲୋକଙ୍କର ବିଜୟ। ସେମାନେ ମୋ ଉପରେ ଭରସା କରିଥିବାରୁ ସେମାନଙ୍କୁ ଧନ୍ୟବାଦ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଦଳ ବିଚାର କରିବ। 

ପ୍ରଭେଶଙ୍କ ସହିତ ବିଜେନ୍ଦର ଗୁପ୍ତା, ମଜିନ୍ଦର ସିଂହ ସିର୍ସା ଓ ହରିଶ ଖୁରାନା ପ୍ରମୁଖଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଣିବାକୁ ମିଳୁଛି। ବିଜେପିର ଅନ୍ୟତମ ବରିଷ୍ଠ ନେତା ହେଉଛନ୍ତି ବିଜେନ୍ଦର ଗୁପ୍ତା। ସେ ଏକଦା ଦିଲ୍ଲୀ ବିଜେପିର ମୁଖ୍ୟ ଭାବେ କାମ କରିଥିଲେ। ସେ ୨୦୧୫ ଓ ୨୦୨୦ରେ ଆପ୍‌ର ବଡ଼ ବିଜୟ ଭିତରେ ମଧ୍ୟ ରୋହିଣୀ ଆସନରେ ବିଜୟୀ ହୋଇଥିଲେ। ଏଥର ମଧ୍ୟ ସେ ଜିତିଛନ୍ତି। ପୂର୍ବରୁ ସେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଅଭିଜ୍ଞତା ତାଙ୍କୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ କରିଛି।

ରଜୌରୀ ଗାର୍ଡେନ ବିଧାନସଭା ଆସନରୁ ମଜିନ୍ଦର ସିଂହ ସିର୍ସା ବିଜେପି ଟିକେଟରେ ଲଢ଼ୁଥିଲେ। ଏଠାରେ ସେ ଆପ୍‌ର ଧନୱାତି ଚାଣ୍ଡେଲାଙ୍କୁ ପରାସ୍ତ କରିଛନ୍ତି। ବିଜେପି ଦିଲ୍ଲୀରେ ଆପ୍‌କୁ ମାତ ଦେଇଥିବାରୁ ଦଳର ନଜର ପଞ୍ଜାବ ଉପରେ ରହିଛି। ଏପରି ସ୍ଥିତିରେ ସିର୍ସାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଡବଲ ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିବ।

ମୋତି ନଗର ନିର୍ବାଚନ ମଣ୍ଡଳୀରେ ବିଜେପି ହରିଶ ଖୁରାନାଙ୍କୁ ଆପ୍‌ର ଶିଚରଣ ଗୋଏଲଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ ଦମଦାର ବିଜୟ ହାସଲ କରିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମଦନ ଲାଲ ଖୁରାନଙ୍କ ପୁଅ ହେଉଛନ୍ତି ହରିଶ।

PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe