Advertisment

ପ୍ରବଳ ଗରମରେ ହନ୍ତସନ୍ତ ଦିଲ୍ଲୀ ବାସିନ୍ଦା, ଦିନ ୨ଟାରୁ ନାହିଁ କରେଣ୍ଟ

ପ୍ରବଳ ଗୁଳୁଗୁଳି ଓ ଗରମରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ କରେଣ୍ଟ ନାହିଁ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବିଦ୍ୟୁତ ସଙ୍କଟରେ ଦିଲ୍ଲୀ ବାସିନ୍ଦା। ପ୍ରବଳ ଗୁଳୁଗୁଳି ଓ ଗରମରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ କରେଣ୍ଟ ନାହିଁ। ଉତ୍ତର ପ୍ରଦେଶର ମାଣ୍ଡୋଲା ସ୍ଥିତ ଏକ ସବ୍-ଷ୍ଟେସନରେ ନିଆଁ ଲାଗି ଯାଇଥିବାରୁ ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି।

Advertisment

ଏନେଇ ଆପ୍ ମନ୍ତ୍ରୀ ଆତିଶି କହିଛନ୍ତି ଯେ, ମଙ୍ଗଳବାର ଦିଲ୍ଲୀର ଅନେକ ସ୍ଥାନରେ ଦିନ ୨.୧୧ରୁ କରେଣ୍ଟ କଟିଯାଇଛି। ଉତ୍ତର ପ୍ରଦେଶର ମାଣ୍ଡୋଲା ସ୍ଥିତ ପାୱାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (PGCIL)ର ସବ୍-ଷ୍ଟେସନରେ ନିଆଁ ଲାଗିଥିବାରୁ ଏହି ସଙ୍କଟ ଦେଖାଦେଇଛି।

ସେ ଆହୁରି କହିଛନ୍ତି ଯେ, ମଣ୍ଡୋଲା ସବ୍-ଷ୍ଟେସନରୁ ଦିଲ୍ଲୀକୁ ୧,୨୦୦ ମେଗାୱାଟ ବିଦ୍ୟୁତ୍ ଆସିଥାଏ। ସେଠାରେ ଅଗ୍ନିକାଣ୍ଡ ଘଟିଥିବାରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ଦିଲ୍ଲୀର ଅନେକ ସ୍ଥାନରେ କରେଣ୍ଟ ନାହିଁ।

Advertisment

ବିଦ୍ୟୁତ୍ ପୁନଃସଂଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି, ଧୀରେ ଧୀରେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହେଉଛି। ରାଜଧାନୀରେ ବିଦ୍ୟୁତ ସଙ୍କଟ ଅତ୍ୟନ୍ତ ଚିନ୍ତାଜନକ। ଏଭଳି ପରିସ୍ଥିତି ଯେପରି ଆଗକୁ କେବେ ନ ଉପୁଜେ, ସେଥିପାଇଁ ମୁଁ କେନ୍ଦ୍ରୀୟ ଶକ୍ତି ମନ୍ତ୍ରୀ ଏବଂ PGCILର ଅଧ୍ୟକ୍ଷଙ୍କ ସହ କଥାବାର୍ତ୍ତା କରିବି ବୋଲି ଆତିଶି କହିଛନ୍ତି।

Delhi Water Crisis Delhi Power Outage Delhi Heatwave