ଦେଶର ରାଜଧାନୀରେ ଥିବା ତିହାର ଜେଲକୁ ମିଳିଛି ବୋମା ବିସ୍ଫୋରଣ ଧମକ। ଦିଲ୍ଲୀର ସ୍କୁଲ, ହସ୍ପିଟାଲ ଓ ଏୟାରପୋର୍ଟକୁ ଯେଉଁ ଭଳି ଇ-ମେଲ ଯୋଗେ ବୋମା ଧମକ ମିଳିଥିଲା, ଠିକ ସେହିଭଳି ମେଲ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଛି।
ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ତିହାର ଜେଲ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ଦିଲ୍ଲୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଟିମ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନିଭିନ ଆରମ୍ଭ କରିଥିଲେ। କିନ୍ତୁ ଏଯାଏ କୌଣସି ପ୍ରକାରର ବିସ୍ଫୋରକ ଏଠାରୁ ମିଳିନାହିଁ। ତିହାର ଜେଲରେ ଏବେ ଅନେକ ବଡ଼ବଡ଼ ଅପରାଧୀ ଓ ରାଜନେତାମାନେ ରହିଛନ୍ତି।
Also Read
ତିହାର ଜେଲ ପୂର୍ବରୁ ଦିଲ୍ଲୀରେ ଥିବା ୪ଟି ବଡ଼ ଡସ୍ପିଟାଲକୁ ମଧ୍ୟ ବୋମା ଧମକ ମିଳିଥିଲା। ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେୱର ହସ୍ପିଟାଲ ଓ ଦୀପ ଚନ୍ଦ୍ର ବନ୍ଧୁ ହସ୍ପିଟାଲକୁ ଧମକପୂର୍ଣ୍ଣ ମେଲ ଆସିଥିଲା।
ଏହାପରେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ, ବୋମା ଠାବକାରୀ ଟିମ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ୍ ହସ୍ପିଟାଲକୁ ଯାଇ ଯାଞ୍ଚ କରିଥିଲେ। କିନ୍ତୁ କୌଣସି ବୋମା ମିଳି ନଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କାହିଁକି ୟୁଟ୍ୟୁବ ଦେଖି ନିଜର ସର୍ଜରୀ ନିଜେ କରୁଥିଲେ ରାଜା ବାବୁ? ଏବେ ହସ୍ପିଟାଲରେ କରୁଛନ୍ତି ସଂଘର୍ଷ
ୟୁଟ୍ୟୁବ ଭିଡିଓ ଦେଖି ଅପରେସନ କରିବା ହେଲା କାଳ। ମନେମନେ ଡାକ୍ତର ହେବା ନିଶା ୩୨ ବର୍ଷୀୟ ରାଜା ବାବୁଙ୍କୁ ଦେଲା ସଜା।

Crime
ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ
ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

National
ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ବଡ଼ ସଫଳତା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ମାଓବାଦୀ
ବିଜାପୁର ଓ କାଙ୍କେରରେ ହୋଇଥିବା ଅପରେସନରେ ଛତିଶଗଡ଼ ଜିଲ୍ଲା ରିଜର୍ଭ ଗାର୍ଡ ବା ଡିଆରଜିର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

National
ଚହଲ-ଧନଶ୍ରୀଙ୍କ ବିବାହ ବିଚ୍ଛେଦର ମୂଲ୍ୟ ୪.୭୫ କୋଟି! ପୂରା ସମ୍ପର୍କରେ ‘ଅଢ଼େଇ’ର ଗୁରୁତ୍ୱ
ବମ୍ବେ ହାଇକୋର୍ଟ ପାରିବାରିକ ଅଦାଲତଙ୍କୁ ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାରେ ତୁରନ୍ତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Politics
ବିଜେପି ପାଖରେ ଭାରତର ସବୁଠାରୁ ଧନୀ ଓ ଗରିବ ବିଧାୟକ, ସମ୍ପତ୍ତି ଜାଣିଲେ ହେବେ ଚକିତ!
ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଡିକେ ଶିବ କୁମାର ରହିଛନ୍ତି।