Advertisment

ଟ୍ରମ୍ପଙ୍କ ପାଇଁ ହୋମ ଯଜ୍ଞ, ଭିଡିଓ ଭାଇରାଲ

ସାଧୁମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ତାଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି।

ଅଦ୍ୟତନ ହୋଇଛି
Sant pray for Trump

Sant pray for Trump

Advertisment

ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍‌ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ଏହାରି ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କରିଛନ୍ତି ହୋମ ଯଜ୍ଞ। ତାଙ୍କ ବିଜୟ ପାଇଁ କରିଛନ୍ତି ପ୍ରାର୍ଥନା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଭିଡିଓରେ ସାଧୁମାନେ 'ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ଦୁନିଆକୁ ପୁଣି ମହାନ କର' ଭଳି ସ୍ଲୋଗାନ ଦିଆଯାଉଥିବା ଦେଖିବାକୁ ମିଳିଛି। ଆମେରିକାର ନିର୍ବାଚନରେ ​​ଟ୍ରମ୍ପଙ୍କ ବିଜୟ ପାଇଁ ଆଧ୍ୟାତ୍ମିକ ଗୁରୁ ଏବଂ ମହାମଣ୍ଡଳେଶ୍ୱର ସ୍ୱାମୀ ବେଦାମୁତି ନନ୍ଦ ସରସ୍ୱତୀ ହୋମ ଯଜ୍ଞ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋରେ ତିଲକ ମଧ୍ୟ ଲଗାଇଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ, ଟେସଲା ସିଇଓ ଏଲୋନ୍ ମସ୍କ, ରବର୍ଟ ଏଫ୍ କେନେଡି ଜୁନିଅର ଏବଂ ବିବେକ ରାମା ସ୍ୱାମୀଙ୍କ ପୋଷ୍ଟର ସମ୍ମୁଖରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଭିଡିଓରେ ଏକ ପୋଷ୍ଟର ଦୃଶ୍ୟମାନ ହୋଇଛି ଯେଉଁଥିରେ ଲେଖା ଅଛି, 'ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦିଅ।'

Advertisment

ଟ୍ରମ୍ପଙ୍କ ବିଜୟ ପାଇଁ ସାଧୁମାନେ ମନ୍ତ୍ରୋଚରାଣ କରିଛନ୍ତି। ଧାର୍ମିକ ଅନୁଷ୍ଠାନର ଆରମ୍ଭ ସ୍ୱାମୀ ସରସ୍ୱତୀ ଶଙ୍ଖ ବଜାଇ ଆରମ୍ଭ କରିଛନ୍ତି। ସେହିପରି ତାଙ୍କ ଅନୁଗାମୀମାନେ ଟ୍ରମ୍ପଙ୍କ ପୋଷ୍ଟର ଧରି ତାଙ୍କ ଚାରିପାଖରେ ବସିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟମ୍ପଙ୍କର ଏକ ଚିତ୍ର ରହିଛି ​​ଏବଂ ତଳେ ସବୁଦିନ ପାଇଁ'ବନ୍ଧୁ' ଲେଖାଅଛି।

ହୋମ୍‌ ଯଜ୍ଞ ଆରମ୍ଭ ହେବା ମାତ୍ରେ ସ୍ୱାମୀ ସରସ୍ୱତୀ ଟ୍ରମ୍ପଙ୍କ ନାଁରେ ଦେବତାମାନଙ୍କୁ ଆହୁତି ଦେଉଥିବା ଦେଖିବାକୁ ମିଳିଛି। ଏହି ଭାଇରାଲ୍ ଭିଡିଓକୁ ନେଇ ୟୁଜର୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ବିଜୟ ପାଇଁ କାହିଁକି ପ୍ରାର୍ଥନା କରୁନାହାଁନ୍ତି ବୋଲି କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି।

US Presidential Election 2024 Donald Trump Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe