Advertisment

ଦିଲ୍ଲୀ ଉବୁଟୁବୁ, ଆସନ୍ତାକାଲି ସ୍କୁଲ ଛୁଟି; ଉତ୍ତର ଭାରତରେ ଗଲାଣି ୧୫ ଜୀବନ

ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଅତଡ଼ା ଖସିବାରୁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
An elderly man pushes his scooter on a waterlogged road

An elderly man pushes his scooter on a waterlogged road

ବର୍ଷାରେ ଦିଲ୍ଲୀ ଉବୁଟୁବ। ରାସ୍ତା ପୋଖରୀ ସାଜିଥିବା ବେଳେ ଗୃହବନ୍ଦୀ ହୋଇଛନ୍ତି ଲୋକେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିଲ୍ଲୀରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସରକାର। ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସତର୍କତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପଦକ୍ଷେପ ନେଇଛନ୍ତି।

Advertisment

ଦିଲ୍ଲୀରେ ଏହା ଚଳିତ ବର୍ଷର ପ୍ରଥମ ସର୍ବାଧିକ ବର୍ଷା ବୋଲି କୁହାଯାଇଛି। ଏହି ବର୍ଷା ୪୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିମି ବର୍ଷା ରେକର୍ଡ କରାଯାଇଛି। ୧୯୮୨ ମସିହା ପରେ ଗୋଟିଏ ଦିନରେ ହୋଇଥିବା ବର୍ଷା ମଧ୍ୟରେ ଏହା ସର୍ବାଧିକ ବୋଲି ପାଣିପାଗ ବିଭାଗ କହିଛନ୍ତି। ସେହିପରି ୧୯୫୮ ମସିହା ପରେ ହୋଇଥିବା ଗୋଟିଏ ଦିନ ବର୍ଷା ମଧ୍ୟରେ ଏହା ତୃତୀୟ ସର୍ବାଧିକ।

ଡ୍ରେନେଜ୍‌ ବ୍ୟବସ୍ଥା ଫେଲ ମାରିଥିବାରୁ ଦିଲ୍ଲୀ ସହରର ବିଭିନ୍ନ ବଜାର, ରାସ୍ତାଘାଟ, ବଙ୍ଗଳା ଜଳବନ୍ଦୀ ହୋଇଛି। ଗୁରୁଗ୍ରାମରେ ଲୋକଙ୍କ ଅବସ୍ଥା ବେହାଲ ନଜର ଆସିଛି। ଚାରିଆଡ ଜଳାର୍ଣ୍ଣବ ଓ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି।

Advertisment

ଆସନ୍ତା ୨ରୁ ୩ ପ୍ରର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଜି ପ୍ରବଳ ବର୍ଷାରେ ବିଭିନ୍ନ ସ୍କୁଲର ସୁରକ୍ଷା ପାଚେରୀ ଭାଙ୍ଗି ଯାଇଛି। ଏହା ଜଣାପଡ଼ିବା ପରେ ସମସ୍ତ ସ୍କୁଲର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ବିଭାଗୀୟ ମନ୍ତ୍ରୀ।

ବର୍ଷା ଯୋଗୁ ଜମୁନା ନଦୀ ଜଳସ୍ତର ବଢ଼ିଛି। ଯାହା ବିପଦସଙ୍କେତ ୨୦୫.୩୩ ମଙ୍ଗଳବାର ସୁଦ୍ଧା ଛୁଇଁବ ବୋଲି ସେଣ୍ଟ୍ରାଲ ୱାଟର କମିଶନ ସତର୍କ ସୂଚନା ଜାରି କରିଛନ୍ତି।

ସେପଟେ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଅତଡ଼ା ଖସିବାରୁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହିମାଚଳପ୍ରଦେଶରେ ବର୍ଷା ଯୋଗୁ ମାଟି ଅତଡା ଖସିବାରୁ ଗତ ୨୪ ଘଣ୍ଟା ଭିତରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ମଧ୍ୟରେ ସିମଲାରେ ୩ ଜଣ, ଚାମ୍ୱା ଓ କୁଲୁରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିଆଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବରେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେଉଥିବା ରେକର୍ଡ ହୋଇଛି। ସ୍ଥିତିକୁ ଦେଖି ଏସ୍‌ଡିଆରଏଫ୍‌ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

Heavy Rain Delhi Water Logging