Advertisment

ରାଜଧାନୀରେ ଫୁଟିଲା ଗୁଳି, ମର୍ଣ୍ଣିଂଓ୍ୱାକ୍‌ରେ ଯାଇଥିବା ବ୍ୟବସାୟୀଙ୍କୁ ହତ୍ୟା

ତାଙ୍କ ପେଟ ଆଉ ମୁଣ୍ଡରେ ଗୁଳି ବାଜିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୭ରୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି।

Trader Shot Dead

Trader Shot Dead

Advertisment

ରାଜଧାନୀରେ ଫୁଟିଲା ଗୁଳି। ମର୍ଣ୍ଣିଂଓ୍ୱାକ୍‌ରେ ଯାଇଥିବା ବ୍ୟବସାୟୀଙ୍କ ଉପରକୁ ହେଲା ଆଖିବୁଜା ଗୁଳିମାଡ଼। ଘଟଣାସ୍ଥଳ ହିଁ ଟଳି ପଡିଲେ ବ୍ୟବସାୟୀ। ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀର ଶାହଦରା ଅଞ୍ଚଳରେ।

Advertisment

ମୃତ ବ୍ୟବସାୟୀ ଜଣକ ହେଲେ ସୁନିଲ ଜୈନ୍‌। ସେ ଜଣେ ବାସନ ବ୍ୟବସାୟୀ। ସବୁଦିନ ଭଳି ଆଜି ମଧ୍ୟ ସେ ମର୍ଣ୍ଣିଂଓ୍ୱାକରେ ଯାଇଥିଲେ। ଏତିକି ବେଳେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସି ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ଏହାପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ ସୂଚନା ମୁତାବକ, ତାଙ୍କ ପେଟ ଆଉ ମୁଣ୍ଡରେ ଗୁଳି ବାଜିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୭ରୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଶାହଦରା ଡିସିପି ପ୍ରଶାନ୍ତ ଗୌତମ କହିଛନ୍ତି, ଶନିବାର ସକାଳ ୮.୩୬ ମିନିଟ୍‌ରେ ପିସିଆରକୁ ଏକ ଫୋନ୍ କଲ୍ ଆସିଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ବ୍ୟକ୍ତିଙ୍କୁ ଫାୟାରିଂ କରି ଫାରେର୍ ହୋଇଯାଇଛନ୍ତି। ଖବର ପାଇ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁନିଲ ଜୈନଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

Advertisment

ଜୈନଙ୍କ ପରିବାର କହିଛନ୍ତି ଯେ ତାଙ୍କ ସହ କାହାରି ଶତ୍ରୁତା ନାହିଁ କିମ୍ବା କୌଣସି ଧମକ  ମଧ୍ୟ କାହାଠାରୁ ପାଇନାହାନ୍ତି। ସପେଟେ ଫର୍ଶ ବଜାର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଉକ୍ତ ଅଞ୍ଚଳରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି। 

ଶାହଦରା ଗୁଳିକାଣ୍ଡକୁ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ରାଜଧାନୀରେ ଆଇନ କାନୁନ ବ୍ୟବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ଆମ ଆଦାମୀ ପାର୍ଟି। ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ସୋଲିଆ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ଗୃହମନ୍ତ୍ରୀ ଅମିତ୍ ଶାହ ଦିଲ୍ଲୀକୁ ବର୍‌ବାଦ କରିଦେଇଛନ୍ତି। ରାଜଧାନୀର ଆଇନ ବ୍ୟବସ୍ଥ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। ଦିଲ୍ଲୀରେ ଜଙ୍ଗଲ ରାଜ୍ ଚାଲିଛି। ଭୟରେ ଜୀବନ ବିତାଉଛନ୍ତି ଲୋକେ। ବିଜେପି ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ସମ୍ଭାଳିପାରୁ ନାହିଁ ବୋଲି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।

Shahdara Firing Case Trader Shot Dead Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe