Advertisment

ଲୁଟ୍‌ ପରେ ଟ୍ୟାକ୍ସି ଡ୍ରାଇଭର୍‌ଙ୍କୁ ୨୦୦ ମିଟର ଘୋଷାଡ଼ି ନେଲେ

ପ୍ରାୟ ୨୦୦ ମିଟର ଯାଏ ଘେଷାଡ଼ି ନେବା ପରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Cab driver Dragged

Cab driver Dragged

ଘଟିଲା ବର୍ବରକାଣ୍ଡ। ଭୁଲିଗଲେ ମଣିଷପଣିଆ। ଦୁର୍ବୃତ୍ତମାନେ ଲୁଟ୍‌ କଲେ, ପରେ କାର୍ ପଛପଟେ ଘୋଷାଡ଼ି ନେଲେ। ଏଭଳି କିଛି ଆଖି ଲିଭିଗଲା ଘଟଣା ଘଟିଛି ରାଜଧାନୀରେ।

Advertisment

ଦୁର୍ବୃତ୍ତମାନେ ଲୁଟିଲେ ଟ୍ୟାକ୍ସି। ବିରୋଧ କଲେ ଡ୍ରାଇଭର। ହେଲେ ଲୁଟେରାମାନେ ଓଲଟି କରିଦେଲେ ଆକ୍ରମଣ। ଫିଲ୍ମ ଷ୍ଟାଇଲରେ କାର୍‌ ପଛପଟେ ବାନ୍ଧି ଡ୍ରାଇଭରକୁ ଘୋଷାଡ଼ି ନେଲେ। ପ୍ରାୟ ୨୦୦ ମିଟର ଯାଏ ଘେଷାଡ଼ି ନେବା ପରେ ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ।

ଦିଲ୍ଲୀର ଉତ୍ତର ବସନ୍ତ କୁଞ୍ଜ ଅଞ୍ଚଳେର ଗତକାଲି ରାତିରେ ଏହି ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୧୧ଟାରେ ପୁଲିସକୁ ଏନେଇ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ୟାକ୍ସି ଡ୍ରାଇଭର ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମୃତ ଡ୍ରାଇଭର ଜଣକ ୪୩ ବର୍ଷୀୟ ବିଜେନ୍ଦ୍ର ବୋଲି ଜଣାପଡିଛି। ସେ ଫରିଦାବାଦର ବାସିନ୍ଦା। ଦୁର୍ବୃତ୍ତମାନେ ପ୍ରଥମେ ବିଜେନ୍ଦ୍ରଙ୍କ କାର୍‌କୁ ଲୁଟିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଜେନ୍ଦ୍ର ବିରୋଧ କରିବାରୁ ଲୁଟେରାମାନେ ଏଭଳି ଘଟଣା ଘଟାଇଥିବା ପୁଲିସ ସୂଚନା ଦେଇଛି। ଦିଲ୍ଲୀ ପୁଲିସ ଧାରା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବେବି ଅଭିଯୁକ୍ତମାନେ ଫେରାର ଥିବା ପୁଲିସ କହିଛି।

Delhi Delhi Police