Advertisment

କୋଚିଂ ସେଣ୍ଟର ପାଇଁ ନୂଆ ଆଇନ୍‌ ଆଣିବେ ଦିଲ୍ଲୀ ସରକାର

କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ଏଭଳି କିଛି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଆତୀଶି ଘୋଷଣା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Coaching Center

Coaching Center

ଆଗକୁ କୋଚିଂ ସେଣ୍ଟର ପାଇଁ ଆସିବ ନୂଆ ଆଇନ୍‌। କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବେ। ଦିଲ୍ଲୀର ରାୟସ କୋଚିଂ ସେଣ୍ଟର ବେସ୍‌ମେଣ୍ଟରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ଆତୀଶି ଘୋଷଣା କରିଛନ୍ତି।

Advertisment

କୋଚିଂ ସେଣ୍ଟର ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ଅଧିକାରୀ, ଛାତ୍ରଙ୍କୁ ନେଇ ଦିଲ୍ଲୀ ସରକାର ଏକ କମିଟି ଗଠନ କରିବେ। ଏହି କମିଟିରେ ଅଧିକାରୀ, ଛାତ୍ର ଏବଂ କୋଚିଂ ପ୍ରତିଷ୍ଠାନ ସାମିଲ ହେବେ। ନିୟାମକ ଦ୍ୱାରା କୋଚିଂ ପ୍ରତିଷ୍ଠାନଗୁଡ଼ିକର ଫିସ୍ ଉପରେ ନଜର ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆଇନର ଉଲ୍ଲଂଘନ କରି ବେସମେଣ୍ଟର ବ୍ୟବହାର କରି ହୋଇଥିବା କୋଚିଂ ସେଣ୍ଟର ଉପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) କଟକଣା ଜାରି କରିଛି। ରାଜିନ୍ଦର ନାଗର, ମୁଖାର୍ଜୀ ନାଗର, ଲକ୍ଷ୍ମୀ ନାଗର ଏବଂ ପ୍ରୀତ ବିହାରର ୩୦ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ଏହି ଘଟଣା ଘଟିବା ପରେ ସିଲ୍ କରାଯାଇଥିବା ବେଳେ ଅନ୍ୟ ୨୦୦ କୋଚିଂ ସେଣ୍ଟରକୁ ନୋଟିସ୍ ଜାରି କରାଯାଇଛି ବୋଲି ସେ କହିଛନ୍ତି।

Advertisment

ପୁରୁଣା ରାଜିନ୍ଦର ନଗର କୋଚିଂ ସେଣ୍ଟରର ବେସ୍‌ମେଣ୍ଟ ଦୁର୍ଘଟଣାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ସାମ୍ନାକୁ ଆସିଛି ବୋଲି ଆତୀଶି କହିଛନ୍ତି। ପ୍ରଥମେ, ସେହି ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍ ଗୁଡିକ ଉପରେ ସମସ୍ତ କୋଚିଂ ସେଣ୍ଟରଗୁଡିକ ଜବରନଖଲ କରି ତିଆରି କରାଯାଇଥିଲା। ଯେଉଁଥିପାଇଁ ଡ୍ରେନରୁ ପାଣି ବାହାରିବାରେ ସକ୍ଷମ ହୋଇନଥିଲା।

ଦ୍ୱିତୀୟରେ ବେସମେଣ୍ଟରେ କ୍ଲାସ ଏବଂ ଲାଇବ୍ରେରୀ ଚାଲିଥିଲା, ଯାହା ୧୦୦% ବେଆଇନ ଥିଲା। ବେସମେଣ୍ଟ କେବଳ ପାର୍କିଂ ଏବଂ ଷ୍ଟୋରେଜ୍ ପାଇଁ ବ୍ୟବହୃତ କରିବାର ଥିଲା ବୋଲି ସେ କହିଛନ୍ତି।

AAP Atishi Delhi Coaching Centre