Advertisment

ଅଧିକ ପାଣି ବ୍ୟବହାର କଲେ କଟିବ ଚାଲାଣ!

ଅଧିକ ପାଣି ବ୍ୟବହାର ହେଉଥିବା କ୍ଷେତ୍ରରେ ଚାଲାଣ କଟାଯିବାର ନିୟମ ପ୍ରଣୟନ କରାଯିବ ।

Water

Water

Advertisment

ଅଧିକ ପାଣି ବ୍ୟବହାର କରୁଛନ୍ତି କି? ଯଦି କରୁଛନ୍ତି, ତା’ହେଲେ ଆପଣଙ୍କ ନାଁରେ କଟିପାରେ ଚାଲାଣ। ଏମିତି କିଛି ବ୍ୟବସ୍ଥା ଏବେ ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହେବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ଦିଲ୍ଲୀର ଜଳ ମନ୍ତ୍ରୀ ଆତିଶୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ହରିୟାଣାରେ କ୍ଷମତାସୀନ ବିଜେପି ସରକାର ମେ’ ୧ରୁ ଦିଲ୍ଲୀ ଭାଗ ପାଣି ଦେଉ ନାହିଁ। ତେଣୁ ଦିଲ୍ଲୀରେ ଜଳସଙ୍କଟ ସୃଷ୍ଟି ହୋଇପାରେ। ତେଣୁ ଦିଲ୍ଲୀ ସରକାର ନୂଆ ନିୟମ ଲାଗୁ କରିପାରନ୍ତି। ପାଣି ଯୋଗାଣ ତର୍କସଙ୍ଗତ ବ୍ୟବସ୍ଥା ମାଧ୍ୟମରେ କରାଯିବ।

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏବେ ଜଳାଭାବ ଦେଖାଯାଇଛି। ତେଣୁ ଲୋକମାନେ ବେଶ ଯତ୍ନର ସହ ପାଣିର ବ୍ୟବହାର କରନ୍ତୁ।

Advertisment

ଯଦି ସରକାରଙ୍କ ଏପରି ଅନୁରୋଧକୁ ଲୋକମାନେ ଶୁଣିବେ ନାହିଁ, ତା’ହେଲେ ବାଧ୍ୟ ହୋଇ ଅଧିକ ପାଣି ବ୍ୟବହାର ହେଉଥିବା କ୍ଷେତ୍ରରେ ଚାଲାଣ କଟାଯିବାର ନିୟମ ପ୍ରଣୟନ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଜଳ ସଙ୍କଟ ସମ୍ପର୍କରେ ଦିଲ୍ଲୀ ସରକାର ନିୟମିତ ଭାବେ ହରିୟାଣ ସହ କଥାବାର୍ତ୍ତା ହେଉଛନ୍ତି। ଯଦି ଆଗାମୀ କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେବ, ତା’ହେଲେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।

ଆତିଶୀ କହିଛନ୍ତି, “ଦିଲ୍ଲୀ ଭାଗ ପାଣି ହରିୟାଣ ସରକାର ବନ୍ଦ କରି ଦେଇଛନ୍ତି। ମେ’ରେ ୱାଜିରାବାଦର ଜଳସ୍ତର ୬୭୪.୫ ଫୁଟ ଥିଲା। ଏହି ହାରାହାରି ସ୍ତରକୁ ଜାରି ରଖାଯିବା ଦରକାର।

ଗତବର୍ଷ ଏପ୍ରିଲ, ମେ’ ଓ ଜୁନରେ ହାରାହାରି ସ୍ତରକୁ ୬୭୪.୫ ଫୁଟ ରଖାଯାଇଥିଲା। ଚଳିତ ବର୍ଷ ମେ’ ୮ ସୁଦ୍ଧା ୱାଜିରାବାଦର ଜଳସ୍ତର ୬୭୨ ଫୁଟ ଓ ମେ’ ୨୦ ସୁଦ୍ଧା ଏହା ୬୭୧ ଫୁଟକୁ ଖସି ଆସିଥିଲା। ମଙ୍ଗଳବାର ଅର୍ଥାତ ଆଜି ଜଳସ୍ତର ୬୬୯.୮ ଫୁଟ ରହିଛି।

ପୂର୍ବରୁ ବୋରୱେଲ ଦିନକୁ ୬ରୁ ୭ ଘଣ୍ଟା କାମ କରୁଥିଲା। ଏବେ ଏହା ୧୪ ଘଣ୍ଟାରେ ପହଞ୍ଚିଛି। ଆମେ ପାଣି ଟ୍ୟାଙ୍କର ସଂଖ୍ୟା ବୃଦ୍ଧି କରିଛୁ। ଯେଉଁ ସବୁ ଅଞ୍ଚଳକୁ ଦିନକୁ ୨ ଥର ପାଣି ଯୋଗାଣ ହେଉଥିଲା ଆଜି ଠାରୁ ଏହାକୁ ହ୍ରାସ କରି ଦିନକୁ ଗୋଟିଏ ଥର କରାଯାଇଛି।

ଜଳସଙ୍କଟକୁ ଦୃଷ୍ଟିରେ ରଖି ଆମେ ଯୋଗାଣରେ ତର୍କସଙ୍ଗତ ବ୍ୟବସ୍ଥା ଲାଗୁ କରିବୁ। ଲୋକମାନେ ସତର୍କତାର ସହ ପାଣିର ବ୍ୟବହାର କରନ୍ତୁ। ସେମାନେ ଗାଡ଼ି ଗୁଡ଼ିକୁ ପାଣି ପାଇପ ଲଗାଇ ଧୋଇବା ବନ୍ଦ କରନ୍ତୁ।”

Delhi Water Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe