Advertisment

ସିଲାବସ୍‌ରେ ପଶିଲା ସବରକରଙ୍କ ପାଠ; ହଟିଗଲା ମହାତ୍ମା ଗାନ୍ଧି ଚାପ୍ଟର

ଯୁକ୍ତ ୩ ର ପଞ୍ଚମ ସେମିଷ୍ଟାରରେ ମହାତ୍ମା ଗାନ୍ଧିଙ୍କ ବିଷୟରେ ଥିବା ବେଳେ ସିଲାବସରେ ତାହା ବଦଳରେ ସବରକରଙ୍କୁ ମିଳିଛି ସ୍ଥାନ । ଫଳରେ ଗାନ୍ଧିଙ୍କ ବିଷୟକୁ ସପ୍ତମ ସେମିଷ୍ଟାରଙ୍କୁ ଠେଲି ଦିଆଯାଇଛି।

Students

Students

Advertisment

ମହାତ୍ମା ଗାନ୍ଧୀଙ୍କ ବଦଳରେ ଏଣିକି ହିନ୍ଦୁବାଦୀ ନେତା ବିନାୟକ ସବରକରଙ୍କ ବିଷୟରେ ପାଠ ପଢ଼ିବେ ଦିଲ୍ଲୀ ୟୁନିଭରସିଟି ଛାତ୍ରଛାତ୍ରୀ। ୟୁନିଭରସିଟିର ଯୁକ୍ତ ୩ ପଲଟିକାଲ ସାଇନ୍ସ ପିଲାଙ୍କୁ ସବରକରଙ୍କ ବିଷୟରେ ଦିଆଯିବ ଜ୍ଞାନ ।

Advertisment

ଯୁକ୍ତ ୩ ର ପଞ୍ଚମ ସେମିଷ୍ଟାରରେ ମହାତ୍ମା ଗାନ୍ଧିଙ୍କ ବିଷୟରେ ଥିବା ବେଳେ ସିଲାବସରେ ତାହା ବଦଳରେ ସବରକରଙ୍କୁ ମିଳିଛି ସ୍ଥାନ । ଫଳରେ ଗାନ୍ଧିଙ୍କ ବିଷୟକୁ ସପ୍ତମ ସେମିଷ୍ଟାରଙ୍କୁ ଠେଲି ଦିଆଯାଇଛି। ଯାହାକୁ ବହୁ ଶିକ୍ଷାବିତ ନାପସନ୍ଦ କରିବା ସହ ଖୁବ୍‌ ସମାଲୋଚନା କରିଛନ୍ତି।

ନୂଆ ସିଲାବସ୍‌ ଅନୁଯାୟୀ, ଯୁକ୍ତ ୩ରେ ରାଜନୀତି ବିଜ୍ଞାନ ଅନର୍ସ ରଖିଥିବା ୫ମ ସେମିଷ୍ଟାର ଛାତ୍ରଛାତ୍ରୀ ଚଳିତ ଶିକ୍ଷା ବର୍ଷରୁ ସବରକରଙ୍କ ଉପରେ ଏକ ବହି ପଢ଼ିବେ। ଉକ୍ତ ସିଲାବସ୍‌ରେ କେବଳ ସବରକରଙ୍କ ସମ୍ପର୍କରେ ଉଲ୍ଲେଖ ଅଛି। ଏହାକୁ ବହୁ ଶିକ୍ଷାବିତ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ସିଲାବସ୍‌ରେ ସ୍ଥାନ ପାଇଥିବା ସବରକରଙ୍କ ପାଠକୁ ବିରୋଧ କରୁ ନ ଥିବା ବେଳେ ମହାତ୍ମା ଗାନ୍ଧିଙ୍କ ଚାପ୍ଟର ବାହାର କରାଯିବାକୁ ନାପସନ୍ଦ କରିଛନ୍ତି।

Advertisment

ଏନେଇ ଆଲୋକ ରଞ୍ଜନ ପାଣ୍ଡେ ନାମକ ଶିକ୍ଷାବିତ କହିଛନ୍ତି, ଗାନ୍ଧିଜୀଙ୍କୁ ଏବେ ସପ୍ତମ ସେମିଷ୍ଟାରକୁ ଠେଲି ଦିଆଗଲା। ସବରକରଙ୍କ ବିଷୟରେ ପାଠ ପଢ଼ାଇବାକୁ କେହି ମନା କରୁ ନ ଥିବା ବେଳେ ଏଥିପାଇଁ ଗାନ୍ଧିଜୀଙ୍କ ବଳିଦାନ ଦିଆଯାଇଛି। ଏହାକୁ ଆମେ ଘୋର ବିରୋଧ କରୁଛୁ। ଜାତିର ପିତା ମହାତ୍ମା ଗାନ୍ଧି ଉଭୟ ସବରକର ଓ ଆମ୍ବେଦକରଙ୍କ ପୂର୍ବରୁ ଆସିଥିବାରୁ ପିଲାମାନେ ପ୍ରଥମେ ତାଙ୍କ ବିଷୟରେ ଜାଣିବା ଦରକାର।

ଭାରତର ସ୍ୱାଧିନତା ପାଇଁ ଅହିଂସା ଆନ୍ଦୋଳନ ଚଳାଇଥିବା ଗାନ୍ଧିଜୀ ଶେଷରେ ଇଂରେଜ ଶାସକଙ୍କୁ ଦେଶରୁ ତଡ଼ି ଦେଇଥିଲେ। ଅଛୁଆଁ ଭେଦଭାବ ଉଠାଇବା ପାଇଁ ସେ ଚଳାଇଥିବା ଆନ୍ଦୋଳନର ତୁଳନା ନାହିଁ। ଦେଶ ପ୍ରତି ତାଙ୍କ ଅବଦାନକୁ ଏବେ ବି ଦେଶବାସୀ ମନେ ପକାଉଛନ୍ତି।

ତେଣୁ ଏହା ଆମକୁ ଖୁବ୍‌ ବାଧୁଥିବା ବେଳେ ଆମେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଜିଏନ୍‌ଟି କାଉନସିଲ ମିଟିଂରେ ଏହାକୁ ଉଠାଇବୁ ।

ଜାତୀୟ ଶିକ୍ଷ ନୀତି ଅନୁଯାୟୀ ଡିୟୁ ୟୁନିଭରସିଟି ଏକ ୪ ବର୍ଷିଆ କାର୍ଯ୍ୟକ୍ରମ ଗ୍ରହଣ କରିଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ୩ ବର୍ଷୀୟା ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ନଚେତ ୪ ବର୍ଷୀୟା ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ କରିବାକୁ ଅନୁମତି ମିଳିବ । ଫଳରେ ଯେଉଁମାନେ ୩ ବର୍ଷୀୟା କୋର୍ସ ଚୟନ କରିବେ ସେମାନେ ସପ୍ତମ ସେମିଷ୍ଟାରରେ ଥିବା ଗାନ୍ଧିଜୀଙ୍କ ବିଷୟରେ ଜାଣିବାରୁ ବଞ୍ଚିତ ହେବେ।

Delhi Mahatma Gandhi Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe