Advertisment

୭ ଯାଏ ଜେଲ ହାଜତକୁ ଗଲେ ଆପ୍‌ ବିଧାୟକ

ଅମନତୁଲ୍ଲା ଖାନ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

aap

aap

Advertisment

ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତି ହେରଫେର ଘଟଣାରେ ଗିରଫ ଆପ ବିଧାୟକ ଅମନତୁଲ୍ଲା ଖାନଙ୍କ ଜେଲ ଅବଧି ବୃଦ୍ଧି ପାଇଛି। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଅକ୍ଟୋବର ୭ ତାରିଖ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି।

Advertisment

ଅମନତୁଲ୍ଲା ଖାନ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଇଡି ଅମନତୁଲ୍ଲାଙ୍କ ନାଁରେ ଗୋଟିଏ ମନି ଲଣ୍ତରିଂ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଅମନତୁଲ୍ଲା ଖାନଙ୍କ ହାଜତ ଅବଧି ବୃଦ୍ଧି କରିଥିଲେ ହେଁ ତାଙ୍କୁ ଜେଲକୁ ମେଡିକାଲ ରିପୋର୍ଟ ନେଇ ଯିବାକୁ ଅନୁମତି ଦେଇଛନ୍ତି।

Advertisment

ଇଲେକ୍ଟ୍ରିକ କେଟିଲ ଓ ଗ୍ଲୁକୋଜ ମନିଟରିଂ ଯନ୍ତ୍ର ନେବାକୁ ଅମନତୁଲ୍ଲା କରିଥିବା ଆବେଦନ ଉପରେ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି। ତାଙ୍କୁ ୭ ତାରିଖ ଯାଏ ଜେଲ ହାଜତକୁ ପଠାଯାଇଥିଲେ ହେଁ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୫ରେ ହେବ ବୋଲି କୋର୍ଟ କହିଛନ୍ତି।

AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe