Advertisment

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା! କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ପ୍ରଦୂଷଣରୁ ମୁକ୍ତି ପାଇଁ କୃତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

author-image
Madhupriya Mistry
Delhi Pollution

Delhi Pollution

ପ୍ରଦୂଷଣରେ ଆଉଟୁପାଉଟୁ ହେଉଛି ସମଗ୍ର ଉତ୍ତର ଭାରତ। ନିଶ୍ୱାସ ନେବା ଏଠି ମୁସ୍‌କିଲ ହୋଇପଡିଛି। ଧୂଳି ଆଉ ଧୂଆଁର ମୋଟା ଚାଦର ତଳେ ଢ଼ାଙ୍କି ହୋଇ ରହିଛି ଦିଲ୍ଲୀ। ଏଥିରେ ଆସୁନି କୌଣସି ସୁଧାର। ଦିନକୁ ଦିନ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଧ୍ୟ ନିଜ ହାତ ଟେକି ଦେଇଛନ୍ତି। ଏବେ କେବଳ କୃତ୍ରିମ ବର୍ଷା ଭରସା।

Advertisment

ପ୍ରଦୂଷଣରୁ ମୁକ୍ତି ପାଇଁ କୃତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ରାୟ କହିଛନ୍ତି ଯେ ବର୍ତ୍ତମାନ କେବଳ କୃତ୍ରିମ ବର୍ଷା ଦ୍ୱାରା ରାଜଧାନୀରେ ପ୍ରଦୂଷଣ ସ୍ତର ଏବଂ ବାୟୁର ଗୁଣବତ୍ତାରେ ଉନ୍ନତ ଆସିପାରିବ। ଏନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ମନ୍ତ୍ରୀ ଗୋପାଳ ରାୟ।

ସମଗ୍ର ଉତ୍ତର ଭାରତ ଧୂଆଁର ଚାଦର ତଳେ ଢ଼ାଙ୍କି ହୋଇ ରହିଛି। ଏହି ଧୂଳି ଆଉ ଧୂଆଁରୁ ମୁକ୍ତି ପାଇବା ପାଇଁ ଏବେ ମାତ୍ର ଗୋଟିଏ ବିକଳ୍ପ ହେଉଛି କୃତ୍ରିମ ବର୍ଷା। ଏହା ଏକ ମେଡିକାଲ ଏମରଜେନ୍ସି ପରିସ୍ଥିତି। ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ଉଚିତ। ଏହା ସେମାନଙ୍କର ନୈତିକ ଦାୟିତ୍ୱ ଅଟେ। ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ୍ ବୋଲି ଗୋପାଳ ରାୟ କହିଛନ୍ତି।

Advertisment

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ନିନ୍ଦା କରିଛନ୍ତି ରାୟ। ସେ କହିଛନ୍ତି ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଏବଂ ଆଜିକୁ ମିଶାଇ ମୁଁ ୪ଟି ଚିଠି ପଠାଇ ସାରିଲିଣି। ଏହା ସତ୍ତ୍ୱେ କୃତ୍ରିମ ବର୍ଷା କରିବା ନେଇ ଏଯାବତ୍‌ କୌଣସି ବୈଠକ ଡକାଯାଇ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପରିବେଶ ମନ୍ତ୍ରୀଙ୍କୁ କୃତ୍ରିମ ବର୍ଷା ଉପରେ ଏକ ବୈଠକ ଡକାଇବାକୁ କହିବା ଉଚିତ୍। କୃତ୍ରିମ ବର୍ଷା ପାଇଁ ସମାଧାନ କିମ୍ବା ସ୍ପଷ୍ଟ ରାସ୍ତା ଦିଅନ୍ତୁ। ଯଦି କେନ୍ଦ୍ର ସରକାର କାର୍ଯ୍ୟ କରିପାରୁନାହାଁନ୍ତି ତେବେ ସେମାନଙ୍କ ମନ୍ତ୍ରୀ ଇସ୍ତଫା ଦେଇ ଦିଅନ୍ତୁ ବୋଲି ଗୋପାଳ ରାୟ କହିଛନ୍ତି।

ରାଜଧାନୀ ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ଆଜି ଜାତୀୟ ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୦୦ ଛୁଇଁଛି। ‘ଅତ୍ୟନ୍ତ ଗୁରୁତର ଶ୍ରେଣୀ’ରେ ରହିଛି ଦିଲ୍ଲୀର ବାୟୁ ଅବସ୍ଥା। ଲୋକେ ଘରୁ ବାହାରିବା ମୁସକିଲ୍‌ ହୋଇପଡିଛି। ପ୍ରଦୂଷଣ ଯୋଗୁ ଦୃଶ୍ୟମାନ କମିଛି। ଫଳରେ ଗାଡି ଚଳାଚଳରେ ଅସୁବିଧା ଉପୁଜିଛି। ସେପଟେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ସେହିପରି ଘରୋଇ ଅଫିସର କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ୍ କରିବାକୁ ପରାମର୍ଶ ଦିଆଯାଇଛି। ବୟସ୍କ ଓ ଛୋଟ ପିଲାଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।

Delhi Air Pollution Artificial Rain Air Crisis