Advertisment

BCASର କଡ଼ା ନିର୍ଦ୍ଦେଶ- ବିମାନ ଲ୍ୟାଣ୍ଡ କରିବାରର ଅଧ ଘଣ୍ଟାରେ ଯାତ୍ରୀଙ୍କୁ ଲଗେଜ ଦିଅ

‘ବିମାନ ପହଞ୍ଚିବାର ଅଧ ଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ। ନଚେତ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।’

author-image
Niharika Rout
Luggage

Luggage

‘ବିମାନ ପହଞ୍ଚିବାର ଅଧ ଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ। ନଚେତ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।’ ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି(BCAS) ।

Advertisment

ବିମାନ ଲ୍ୟାଣ୍ଡ କରିବା ପରେ ବି ଲଗେଜ ପାଇବା ନିମନ୍ତେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିବା ନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଏହାପରେ (BCAS) ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଫେବ୍ରୁଆରୀ ୨୬ ସୁଦ୍ଧା ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଥିବା ବେଳେ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେଇ କଡା ଚେତାବନୀ ବି ଦିଆଯାଇଛି।

ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିଷ୍ଟାରା, ସ୍ପାଇସ ଜେଟ, AIX Connect, Air India Express ଓ Akasa ପ୍ରମୁଖ ୬ ବିମାନ କମ୍ପାନୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିମାନ ଅବତରଣ କରିବା ପରେ ବି ଜିନିଷ ପାଇବାକୁ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବାରୁ ସେମାନେ ଏଥିରେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ତେଣୁ ଭବିଷ୍ୟତରେ ସେମାନଙ୍କୁ ଯେପରି ପୁନର୍ବାର ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ ସେଥିନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଉଠାଇବାକୁ ବିମାନ ଚଳାଚଳ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛି।

Advertisment

ନୂତନ ନିୟମ ଅନୁଯାୟୀ, ବିମାନ ପହଞ୍ଚିବାର ୧୦ ମିନିଟ୍‌ ମଧ୍ୟରେ ପ୍ରଥମ ଲଗେଜ ବ୍ୟାଗ ବ୍ୟାଗେଜ ବେଲ୍ଟକୁ ଯିବ । ଏଥିସହ ଶେଷ ଲଗେଜ ବ୍ୟାଗ ଅଧ ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

BCAS ପକ୍ଷରୁ ଦେଶର ୬ ପ୍ରମୁଖ ଏୟାରପୋର୍ଟରେ ପ୍ରଥମେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଏହାପରେ ଏହାକୁ ଧୀରେ ଧୀରେ ଦେଶର ଅନ୍ୟ ଏୟାରପୋର୍ଟରେ ଲାଗୁ କରାଯିବ ବୋଲି କୁହାଯାଇଛି।

Delhi